Uncategorized

ମନ ଝରଣା – ଶେଖ ମୋଜାହିଦ ମହତାବ

ଅବିରତ ଝରେ ପ୍ରେମର ଝରଣା
ଝରଣା କୂଳେ ମୋ ଘର,
କୂଳୁ କୂଳୁ ନାଦ ଶୁଭେ ଦିବା ନିଶି
ମନ ଜିଣି ହୃଦୟର l

ଅସ୍ପଷ୍ଟ ତା ଗତି କେଉଁଠୁ ଉତ୍ପତ୍ତି
ଜଣା ସିନା ପଡେନାହିଁ,
ହେଲେ ନ ଦେଖିଲେ ନିମିଷକ ପାଇଁ
ମନ ଆନ୍ଦୋଳିତ ହୁଏ l

ଶୁଖିବନି କେବେ ଭରଷା ରଖିଛି
ଅସରନ୍ତି ଆଶା ମୋର,
କଥା ସେ ଦେଈଛି ସାଥିରେ ରହିବ
ଝରୁଥିବ ନିରନ୍ତର l

ସେହି ଝରଣାରେ ଗାଧୋଇ ସାରି
ମୁଁ ଭିଜେଇ ଦେଵି ଏ ଦେହ,
ଛୁଇଁ ପାରିବନି ଆଉ ଦୁଃଖକଷ୍ଟ
ଝରିବନି ଏ ଲୁହ l

Leave a Reply

Your email address will not be published. Required fields are marked *