Uncategorized

ନବବର୍ଷ – ମନୋଜ କୁମାର ପଟ୍ଟନାୟକ

ଇଂରାଜୀର ଏହି ନବବର୍ଷଟିକୁ

           ଅଭିଷେକ କର ଆଡ଼ମ୍ବରରେ

ହିନ୍ଦୁ ନବବର୍ଷ ମନେ ନାହିଁ ତୁମ

            ଜିରୋ ନାଇଟ ପାଳ ଆମରି ଘରେ

ଲଜ୍ୟା ନାହିଁ ତୁମ ମୁହଁରେ

ଅଭିଷେକ କର ଆଡ଼ମ୍ବରରେ

ଅନ୍ୟର ସ୍ତ୍ରୀ ଟି ଭଲ ଲାଗେ ଯଦି

            ରଖ ପଛେ ତାକୁ ଛାତି ଭିତରେ

ନିଜ ସ୍ତ୍ରୀ ଟିକୁ ଘରୁ ପିଟି କାଢି

             ଲୋକ ହସା କର ଦାଣ୍ଡମଝିରେ

ନିଜ ସ୍ତ୍ରୀ ଯଦି ନିଜର ହେଲାନି

              ହେବ କି ପର ସ୍ତ୍ରୀ ନିଜର 

ସ୍ନେହ ଶ୍ରଦ୍ଧା ଯେତେ ଅଜାଡ଼ି ଦେଲେ ବି

              ହେବନି କେବେ ବି ନିଜର 

ତମେ ବୁଝୁନ କାହିଁକି ଧନରେ

             ନିଜ ପରବଟି ମନେ ରଖିଥାଅ

ପାଳିବା ଉଲାସ ମନରେ

ଆଉ ଅଭିଷେକ ହେବ ଆଡ଼ମ୍ବରରେ

ଅଭିଷେକ ହେବ ଆଡ଼ମ୍ବରରେ

କବି:- ମନୋଜ କୁମାର ପଟ୍ଟନାୟକ

ମୋବାଇଲ୍:-୯୯୩୭୩୦୭୮୫୭

ଗ୍ରାମ:- ରାଳବ

ବ୍ଲକ:- ହିଞ୍ଜିଳିକାଟୁ 

ଜିଲ୍ଲା:- ଗଞ୍ଜାମ

ପିନ୍:- ୭୬୧୧୦୨

Leave a Reply

Your email address will not be published. Required fields are marked *