ଆସ ଆସ ନବବର୍ଷ,
କରିଛୁ ଆଜ ତବ ଅଭିଷେକ,
ନବବର୍ଷ, ହୋଇବ ତୁମେ ହରଷ ।
ନବବର୍ଷ…
ଦୁଇ ହଜାର ବାଇଶ,
ବରଷିଣ ଯାଅ ଶୁଭ-ଆଶିଷ,
ନବବର୍ଷ, ଢ଼ାଳିଣ ଦିବ୍ୟ ସନ୍ଦେଶ।
ନବବର୍ଷ …
ବିରାଜିଣ ମଧୁ ମାସ,
ଅଧରେ ଫୁଟାଅ ମଧୁର-ଭାଷ,
ନବବର୍ଷ, ପୀୟୂଷରେ ଭରୁ ବେଶ ।
ନବବର୍ଷ …
ମଧୁରେ ହେଉ ଆଳାପ,
ଉଦରୁ ଜହର ହେଉଟି ଲୋପ,
ନବବର୍ଷ, ଯାଉ ଅବଶାଦ, କ୍ଳେଶ।
ନବବର୍ଷ…
ସତ୍ୟ,ଶାନ୍ତି, ପ୍ରେମ, ପ୍ରୀତି,
ମମତା, ସମତା,ସୌହାର୍ଦ୍ଦ୍ୟ,ମୈତ୍ରୀ,
ନବବର୍ଷ, ସର୍ବତ୍ର ପୁରୁ ବିଶ୍ୱାସ ।
ନବବର୍ଷ ….
ସର୍ବେ ଭବନ୍ତୁ ସୁଖୀନଃ,
ରୋଗ,ଜରା, ବ୍ୟାଧି ହେଉ ମଳିନ,
ନବବର୍ଷ, ସଭିଙ୍କୁ ମିଳୁ ସନ୍ତୋଷ ।
ନବବର୍ଷ …
ତୁମ ଅଭିଷେକେ ଆଜ,
ପଲ୍ଲୀଠୁ ଦିଲ୍ଲୀ ଏ ସାରା ସମାଜ,
ନବବର୍ଷ, ଭରୁ ଶାଶ୍ୱତ-ସୁବାସ ।
ନବବର୍ଷ…
ଆମରି ଜଗତ-ଈଶ,
ଜଗନ୍ନାଥ ପଦେ ଲଗାଇ ଆଶ,
ନବବର୍ଷ, ଧରଣୀ ହେଉ ଉଶ୍ୱାସ ।
ନବବର୍ଷ…
ଗୀତା ଦାସ
ବଳରାମପୁର,
କୁଜଙ୍ଗ,
ଜଗତସିଂହପୁର
ଦୂରାଭାଷ:-୭୦୦୮୩୮୦୦୩୬