Uncategorized

ନାରୀ ସବୁ ନୁ ଭାରି – ଅଙ୍କିତା ପ୍ରିୟଦର୍ଶିନୀ ସାହୁ

ଅମୃତ୍ ମାଟିର୍ ଅମୃତ୍ ସନ୍ତାନ୍
ଦୁଇଭାଗେ ହେଇଛନ୍ ସେତ ଭିନେ
ଝନେ ନାରୀ ଝନେ ପୁରୁଷ୍ ହେଲେ ତ
ଇନ୍,ତା ରକ୍,ମେ ସୃଷ୍ଟି ହେଲା ଇ ଠାନେ ||

ନାରୀ ପୁରୁଷ୍ ଦୁହେଁ ସମାନ୍ ହେଲେ ଭି
ନାରୀ କେ ରଖସନ୍ ସଭେ ଆଗ୍,ଲି
ସ୍ରଷ୍ଟା ର୍ ଆଏ ମାଁ ସେ ସୃଷ୍ଟିକାରିଣୀ
ସବୁ ସମ୍ମାନ୍ ର ସେ ଗୁଟେ କୁଠ୍,ଲି ||

ଜନମ୍ ଦେସି ଲାଲନ୍ ପାଲନ୍ କର୍,ସି
ଫିର୍ ଭି ବହୁତ୍ ଜାଗା ନୁ ହେସି ଲାଞ୍ଚିତ୍
ମନର୍ କଥା ନୁ ହୁର୍,ଗୁନି ହେସି ସେ
ନାରୀ କେ କାଞ୍ଜେ କହେସନ୍ ଅଶିକ୍ଷିତ୍ ||

ପୁଓ ଠାନୁ ଝି ସରି ନୁହେ ଇ କଥା
ପୁରାନ୍ ଭି ବୟାନ୍ କରିଛେ ସବୁ
ଆଝିର୍ ଦିନ୍,ରେ ଫିର୍ ଭି ଘୁଟିଛେ
ଅନ୍ଧାର୍ ଉକିଆ ଇନ କାହୁଁ ପାଏବୁ ||

ଅବଶ୍ ସବୁ ଦିଗେ ଶିକ୍ଷିତ୍ ହେବା
ସାମାଜ୍ ବି ଦେଇଛେ ଇନୁ ପରମାଣ
ରଜା ରାମ୍ କର୍ ଯଜ୍ଞ ବିଧି ନୁ ଯେନ୍ତା
ସୁନା ସୀତା ମୂର୍ତ୍ତୀ ର୍ ହେଲା ଥଇଥାନ୍ ||

ଦଶ୍,ରଥ୍ ରଜା ନେଇଥିଲା ଯୁଦ୍ଧେ
ରାନୀ କୈକେୟୀ କେ ତାର୍ ସାଙ୍ଗେ
ଗାର୍ଗୀ ଲୋପାମୁଦ୍ରା ବେଦ୍ ରଚ୍,ନା ନୁ
ଯେନ୍ତା ରହିଥିଲେ ସବ୍,କର୍ ଆଗେ ||

ନାରୀ ନୁହେ ଆଏ ଅବଲା ଦୁର୍ବଲା
ଫୁଲ୍ ଲେଖେଁ ବିଖ୍,ରେଇଛେ ମହତ୍
ରେବତୀ ନୁ ବୁଢୀ ରଖିଥିଲା ଜେଁ ଚିନ୍ତା
ମନୁ ଅଲ୍,ଗାମା ସେ ସବୁ ଶବଦ୍ ||

ଖେଲ୍,ନା ନୂହେଁ ନା ଘର୍ ସଜା ଜିନିଷ୍
ଦେଶର୍ ମଙ୍ଗଲ୍ ଲାଗି ଆଏ ମାଧ୍ୟମ୍
ନାରୀ ର୍ ଲାଗି ଅମୃତ୍ ପାଲ୍,ଟେ ପୁରୁଷ୍
ଛାଡିନିଏ ଗୁଖ୍,ରା ନାଗ୍ ର୍ ରକମ୍ ||

ପରିବାର୍ ଜେନୁ ହେସି ଚାର୍,ଭାଗ୍
ଲୁକିଥିସି ସେନୁ ନାରୀ ର୍ ସ୍ଵଭାବ୍
ନାରୀଶିକ୍ଷା ଯେତେ ଯିବା ଆଉ ଆଗ୍ କେ
ସରିଥିବା ସାମାଜ୍ ର ଇ ଅଖଣ୍ଡ୍ ପ୍ରଭାବ୍ ||

ଅଙ୍କିତା ପ୍ରିୟଦର୍ଶିନୀ ସାହୁ
କଟାପାଲି, ବରଗଡ଼

Leave a Reply

Your email address will not be published. Required fields are marked *