Uncategorized

କୋକିଳକଣ୍ଠି ଲତା ମଙ୍ଗେସ୍ କର୍ – କବିସୌରଭ କୈଳାଶଚନ୍ଦ୍ର ବେହେରା

ସଙ୍ଗୀତ ରାଇଜ ସମ୍ରାଜ୍ଞୀ ଅଟଗୋ
ଲତା ମଙ୍ଗେସ୍କର ତୁମେ ,
ମର ଜଗତରୁ ବିଦାୟ ନେଇଣ
ଚାଲିଗଲ ସ୍ବର୍ଗଧାମେ ।
ଇନ୍ଦୋର ମାଟିରେ ଜନ୍ମିଥିଲ ସିନା
ବିଶ୍ବରେ ହେଲ ବିଖ୍ୟାତ ,
ଜଗତ ବାସୀଙ୍କ ହୃଦୟ କିଣିଲ
ଗାଇ ମନଛୁଆଁ ଗୀତ ।
ଜନକ ଦେବେନ୍ଦ୍ର ଜନନୀ ଶିବା°ଶ
ଉଣେଇଶ ଅଣତ୍ରିଶରେ,
ଧରାକୁ ଆସିଲ କଣ୍ଠ ଶିଳ୍ପୀ ହେଲ
ପ୍ରିୟ ହେଲ ଭାରତରେ ।
ଦୁଇଶହ ଥିଲା ଚଳଚ୍ଚିତ୍ର ତୁମ
ଗାଇଲ ଗାୟିକା ଭାବେ ,
ଛତିଶ ହଜାର ଗୀତ ଗାଇଥିଲ
ପ୍ରୀତ ହୋଇଥିଲେ ସର୍ବେ ।
ଭାରତ ବର୍ଷର ସର୍ବୋଚ୍ଚ ସମ୍ମାନ
ଭାରତ ରତ୍ନ ପାଇଲ,
ପଦ୍ମ ବିଭୂଷଣ ସହିତ ଅନେକ
ପୁରସ୍କାର ପାଇଥିଲ ।
ଚିରଦିନ ପାଇଁ ଅବିବାହି ରହି
ଫେବୃଆରୀ ଛଅ ଦିନ,
ମର ଜଗତରୁ ଚାଲି ଯାଇଥିଲ
ଝୁରୁଛନ୍ତି ସର୍ବଜନ ।
ପରଲୋକେ ଥାଇ ଆନନ୍ଦରେ ରହି
ଆଶିଷ ପ୍ରଦାନ କର,
ତୁମରି ପ୍ରତିଭା ପାଇ ଅରଜିବୁ
ଗୌରବ ଏ ଭାରତର ।

Leave a Reply

Your email address will not be published. Required fields are marked *