Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ସୁଚିତ୍ରା ପ୍ରଧାନ , ଗଞ୍ଜାମ

1 min read
seashore under white and blue sky during sunset
 ((((ନାରୀ ସଶକ୍ତିକରଣ ))))
କେବେ ମୁଁ ଜନନୀ କେବେ ମୁଁ ଭଗିନୀ
ପୁଣି କେବେ ମୁଁ ହୁଏ କାହାର  ଅର୍ଦ୍ଧାଗିନୀ ।
ଏତେ ସବୁ ଥାଇ ପରିଚୟ ନିଜେ ମୁଁ ନ ପାଏ
ଅନ୍ୟ ସୁଖ ପାଇଁ ନିଜକୁ ହଜାଏ ।

ରେଡ଼ିଓ, ଟେଲିଭିଜନ ଖବରକାଗଜ
ସବୁଠାରେ ମୁହିଁ ରହିଥାଏ 
ତଥାପି ମୋର ନିର୍ଯ୍ୟାତନା କାହିଁକି ଯେ ହୁଏ 
ସେ କଥା ଯେ ନ ବୁଝି ହୁଏ ।

ସରକାରଙ୍କ ଅନେକ ଯୋଜନା
ମୋ ପାଇଁ ହୋଇଥାଏ
ସବୁ ପ୍ରଥଭ୍ରଷ୍ଟ କିପରି ଯେ ହୁଏ
ସେ କଥା ନ ଜାଣି ହୁଏ ।

ନାରୀ ଆଉ ପୁରୁଷ 
ଗୋଟିଏ ମୁଦ୍ରାର ଦୁଇଟି ପାଶ
ତଥାପି କାହିଁକି ସବୁଠାରେ 
ନାରୀର ହୁଏ ଦୋଷ ।

କାଲି ବି କାନ୍ଦୁଛି ଆଜି ବି କାନ୍ଦୁଛି
କାନ୍ଦିବି ଆଉ କେତେ ଦିନ??
ଦୁନିଆ ଦେଖିବା ଆଗରୁ ମାଆର ଗର୍ଭରେ
ଶୋଇଯାଏ ଯେ ମୁଁ ସବୁଦିନ।

ଭୂଲ ତ ମୋର ନା ଯେ କାହାର
ନ ପାରେ ମୁଁ ତ ଜାଣି
ଜାଣିବା ଆଗରୁ ହଜିଯାଏ ମୁଁ ଯେ
ଲେଖାହୁଏ ମୋର କାହାଣୀ ।

ପୁରାଣ କାଳରୁ ବର୍ଣ୍ଣିତ ମୋ କାହାଣୀ
ମୋ ପାଇଁ ଯେ ଲେଖା ଅଛି
ସବୁ ପାପର ଅନ୍ତ ପାଇଁ ମୋର
ରାମାୟଣ, ମହାଭାରତ ରଚିଅଛି 

ଲୋଡନାହିଁ ମୋର ସୁନା ଗହଣା
କୋଠା ବାଡ଼ି ଧନ, ଜନ
ସନମାନ ଟିକେ ଦେଇ ମୋତେ 
ଖୁସିରେ ଭରିବ ମୋ ମନ।

ବନ୍ଦ କରିଦିଅ ପାତ ର ,ଅନ୍ତର
ନକର ଆଉ ହତାଦର
ପୁଅ ଝିଅ ସବୁ ଯେ ସମାନ
ଏ କଥା ମନେ ବିଚାର।

ଝିଅ ଭ୍ରୁଣ ହତ୍ୟା ବନ୍ଦ କରିଣ
ଆଦରି ନିଅ ମୋତେ କୋଳେଇ
ତେବେ ଯାଇ ସୁନା ହୋଇବ ଦେଶ
ନାରୀର ଦୁଃଖ ଯିବା ଦୁରେଇ

ସୁଚିତ୍ରା ପ୍ରଧାନ
ଗଞ୍ଜାମ