Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ମଧୁସ୍ମିତା ନାୟକ , କଟକ

1 min read
seashore under white and blue sky during sunset

    ନାରୀ ସଶକ୍ତିକରଣ

ନାରୀ ମୁଁ ଅଟଇ
     ଅବଳା ନୁହଁଇ ଦୁର୍ବଳା ନୁହଁଇ ।
ସର୍ବ କ୍ଷେତ୍ରେ ବିଦ୍ୟମାନ
     ନାରୀ ମୁଁ ଅଟଇ…।।

ଯୋଉଠି ବି ଛାଡ      ଆଗ ହେବି ମୁଇଁ
        ପଛରେ ପକାଇ ସଭିଙ୍କୁ  ।
ଦେଖିଅଛ ମୋର      ସାଢ଼ୀ ପିନ୍ଧା ଆଉ
       ଅଳତା ବୋଳା ମୋ ପାଦକୁ  ।।

ଦେଖିବାକୁ ଚାହଁ       ଯଦି ମୋର ରୂପ
       ସୁଯୋଗ ଦିଅ ଯେ ଥରେ  ।
ମା’ ହେବା ଠାରୁ       ଅଧିକ ଆଗରେ
       ସମସ୍ତଙ୍କ ସଙ୍ଗେ ଲଢ଼େ  ।।

କବାଟ ଫାଙ୍କରେ      ଚାହିଁବାକୁ ମୋତେ
       ନଥାଏ ଯେ ଅନୁମତି  ।
ସବୁବେଳେ ଖାଲି      ନଇଁ,ନଇଁ ଚାଲି
       ଲଜ୍ଜା କୁ ରଖେ ସାଇତି  ।।

ମାଟିର କଳସ        ନୁହେଁ ମୁଁ ଯେ ଜମା
       ଜଳ ଭରି ଭାଙ୍ଗି ଦେବ  ।
କାଚର ପିତୁଳା        ପରି ନୁହେଁ ମୁଁ
       ସମସ୍ତଙ୍କୁ ଖେଳାଇବ  ।।

ହେ ନାରୀ ତୁ ଯେ     ଅନନ୍ତ ଅପାର
       ଅଭିମାନ ତୋର ନାହିଁ  ।
କେତେ ଗୁଣ ଆଉ     ରୁପର ଭଣ୍ଡାର
       ସାନିଧ୍ୟରେ ଯାଉ ବହି  ।।

ଯାହାବି ଦେଖିଛ      ବହୁତ ଆଗରୁ
       ଶାଢ଼ୀରେ ଲୁଚାଇ ତନ  ।
ସମସ୍ତେ ତାକୁ ଯେ    ଦୁର୍ଲକ୍ଷ କରନ୍ତି
       ବୁଝନ୍ତି ନାହିଁ ତା ମନ  ।।

ଜନମ ଠାରୁ ଯେ    ମରଣ ପର୍ଯ୍ୟନ୍ତ
       ଅନ୍ୟ ପାଇଁ ଜିଇଁ ଥାଏ  ।
ନିଜକୁ କନ୍ଦାଇ      ଅନ୍ୟକୁ ହସାଏ
       ମହିମା ର ଗୁଣ ଗାଏ  ।।

କେବେ ତୁ ବୁଝିବୁ    ସବଳା ଯେ ତୁ
       ସମସ୍ୟାର ସମାଧାନ  ।
ନିଜ ପାଇଁ କେବେ    ଲଢିବା ଶିଖିବୁ
      ରଖିବୁ ତୋହର ମାନ  ।।

ନାରୀ ତ ଅଟଇ     ସମାଜର ମାନ
      ଆକାଶର ଛାୟା ପରି  ।
ଏମିତି ତାକୁ ଯେ    ସମ୍ମାନ ଟି ଦେବା
     କେହି ହେବେ ନାହିଁ ତା ସରି ।।

          ମଧୁସ୍ମିତା ନାୟକ
        ମଣିଆ, ଟାଙ୍ଗୀ, କଟକ
     ଫୋନ – 9960996403