Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ସୌମ୍ୟାଶ୍ରୀ ନାୟକ , ନବରଙ୍ଗପୁର

1 min read
seashore under white and blue sky during sunset
**********ନାରୀ ସଶକ୍ତୀକରଣ**********

କେବେ ସର୍ବଂସହା ସେ, କେବେ ମଙ୍ଗଳମୟୀ,
ସଭିଙ୍କୁ ଘୋଡାଇ ରଖେ ଦେଇ ମମତାର ଛାଇ |

ଦୁଃଖର ହଳାହଳକୁ ପାନ କରେ ସୃଷ୍ଟିର ମଙ୍ଗଳପାଇଁ,
ହସି ହସି ସହିଯାଏ ବିପତ୍ତି ପଛଘୁଞ୍ଚା ଦିଏ ନାହିଁ |

ନିର୍ଯାତନାରେ ଆଜି ନାରୀ ଅତିଷ୍ଠା,
ଦୁଃଖର ଦାବଦହନରେ ଆଜି ସେ ପ୍ରପୀଡିତ |

ସମାଜେ ପାଇପାରୁ ନାହିଁ ସେ ଯଥୋଚିତ ସମ୍ମାନ,
ଭାଙ୍ଗିଗଲାଣି ଆଜି ନାରୀର ଅଭିମାନ |

ବାନ୍ଧିଛି ଯୌତୁକ ପାଦେ ତା’ର ନିର୍ଯାତନାର ବେଡି,
ଛିନ୍ନ ହୋଇପାରୁନାହିଁ ଆଜି ଦୁଃଖର ଦଉଡି |

ପୀଡିତ ଆଜି ସେ ମାନସିକ ଯନ୍ତ୍ରଣାରେ,
ମନକଥା ଆଜି କହି ପାରୁନି କାହାରି ଆଗରେ |

କରିବାକୁ ମହିଳାଙ୍କ ଉନ୍ନତିକରଣ,
ଗଢି ଉଠିଲା ଆଜି ମହିଳା ସଶକ୍ତୀକରଣ |

ପ୍ରଦାନ କରାଗଲା ନାରୀଙ୍କୁ ଯଥୋଚିତ ଅଧିକାର,
ଭାଙ୍ଗିଗଲା ସମାଜେ କୁସଂସ୍କାର ପ୍ରାଚୀର |

କରାଗଲା କଲ୍ୟାଣମୁଖୀ ନୀତି ପ୍ରଣୟନ,
ନାରୀଙ୍କୁ ଦିଆଗଲା ସର୍ବୋଚ୍ଚ ସମ୍ମାନ |

ପଞ୍ଚବାର୍ଷିକ ଯୋଜନା ପ୍ରାରମ୍ଭ ହେଲା,
ନାରୀମାନଙ୍କର ବିକାଶ ଘଟିଲା |

ଭାଙ୍ଗିଲା ଆଜି ପ୍ରତିବନ୍ଧକ ବେଡି,
ଖୋଲିଗଲା ଆଜି ଆନନ୍ଦର ପେଡି |

ନାରୀମାନେ ଆଜି ସମାଜ ଗଢିଲେ,
ସମସ୍ତ କ୍ଷେତ୍ରରେ ଆଗେଇ ଗଲେ |

ସାମାଜିକ ଐକ୍ୟ ପ୍ରତିଷ୍ଠା ହେଲା,
ନାରୀଙ୍କୁ ଆଜି ସମ୍ମାନ ଦିଆଗଲା |

ନାରୀଙ୍କର ଆଶା ପୂରଣ ହେଲା,
ସରକାରୀ ଯୋଜନା ଫଳପ୍ରଦ ହେଲା |

ଆଜିର ନାରୀ ବିକାଶର ପ୍ରତୀକ,
ଅଧିକାର ମିଳିଲା ନାରୀଙ୍କୁ ଅନେକ |

ମହିଳା ସଶକ୍ତୀକରଣ ବଜାୟ ରଖିବା,
ନାରୀ ନିର୍ଯ୍ୟାତନାର ବିନାଶ କରିବା |

ସୌମ୍ୟାଶ୍ରୀ ନାୟକ
ଗ୍ରାମ :- ପାପଡାହାଣ୍ଡି
ଜିଲ୍ଲା :- ନବରଙ୍ଗପୁର