Sahitya Jibana

Portal on odia literature

ସୁହାଗିନୀ – ସବିତା ତ୍ରିପାଠୀ

1 min read

 

ହୃଦୟେ ମୋ ରହିଛ
ରହିଥିବ ମଲା ଯାଏଁ,
ମନ ମୋ ଦେଇଛି
ସାଇତି ଥିବ,,,
ମୋ ଜୁଇ ଯାଏଁ…… ( || )

ହାତ ମୋ ଧରିଛ
ଧରିଥିବ କୋକେଇ ମୋ
ମଶାଣୀ କୁ କାନ୍ଧରେ
ତମେ ନବା ଯାଏଁ…… ( || )

ହଳଦୀ ରେ ମଙ୍ଗୁଳେଇ
ଶାଢ଼ୀ ଚୁଡ଼ି ସିନ୍ଦୁର ରେ ସଜେଇ
ପାଦ ଚି଼ହ୍ନ ପକେଇ,
ତମ ଘର ଭିତରକୁ ଯାଇଛି
ତମ ଏରୁଣ୍ଡି ଡେଇଁ …. ( || )

ଅହି ଡେଙ୍ଗୁରି ପିଟି ପିଟି
ତମେ ମତେ ନବ
ଅନ୍ତିମ ସମୟେ,
ସୁହାଗିନୀ କରି ସଜେଇ ଦବ
ତମ ହାତରେ ହଳଦୀ,
ଶଙ୍ଖା, ସିନ୍ଦୁର ଲଗେଇଦେବ….. ( || )

ରହିଲା ରାଣ ତୁମକୁ ମୋର
ମୁଠାଏ ମାଟି ଦେଇ
ଘରୁ ଆମର,
ଶୁଆଇ ଦେବ ଛ ଖଣ୍ଡ କାଠରେ
ଗାଁ ମଶାଣୀ ରେ ତୁମର …… ( || )

ସବିତା ତ୍ରିପାଠୀ

ମୁମ୍ବାଇ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?