Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଜିତେନ୍ଦ୍ର କୁମାର ଶତପଥି , ରାୟଗଡ଼ା

1 min read
seashore under white and blue sky during sunset

               ” ନାରୀ “

          ସ୍ରଷ୍ଟାର ସୃଷ୍ଟି”ଶୃଙ୍ଖଳିତ ନାରୀ
               ପ୍ରକୃତିର ସେ ପ୍ରାକୃତିକ,
         ନରକ ଗରଭୁ ଉଧାରଇ ନାରୀ
              ଶାନ୍ତିର ସେ ପ୍ରବାହକ।।

        ଦିବାରୁ,ରଜନୀ ଅବହେଳିତ ନାରୀ
               ସଂସାରର ସେ ରକ୍ଷକ,
         ଭୃଣହତ୍ୟା ପୃଷ୍ଠେ-ପୀଡିତା ନାରୀ
             ପ୍ରସବପୀଡାର ସେ ବାହକ।।

        ନିର୍ଭୀକ ଆତ୍ମାର ଆତ୍ମିୟତା, ନାରୀ,
          ଅନନ୍ତ ସ୍ନେହ,ମମତାର ସେ ଉତ୍ସ,
      ଜୀବନ ପାଖୁଡାରେ,ତ୍ୟାଗର ସନ୍ତକ ନାରୀ
              ସମ୍ପର୍କର ସେ ଯାଜକ।।

      ପଞ୍ଚେନ୍ଦ୍ରିୟ କୁହୁକର ଆବେଗ ତ!ନାରୀ
            ଷଟ୍-ରୀପୁ ଦାନବର ବିନାଶକ,
       ନିଶ୍ବାସ ନେଇ, ପ୍ରଶ୍ବାସ ଦିଏ ସେ ନାରୀ
                 ଜନମ ଦେଇ ଶାବକ।।

           ବକ୍ଷରୁ ଖାଦ୍ୟ ଦେଇ ସେ ନାରୀ
                ହୃଦୟକୁ କରି ଶୁଷ୍କ,
         ମହୀରେ,ସ୍ବର୍ଗସୁଖ ଦିଏ,ସେ ନାରୀ,
             ପରିଚୟେ ଗର୍ନ୍ଧବ ମହକ।।
          
         ରଜରେ ବୁଣଇ ମହକ, ସେ’ ନାରୀ,
              ରାକ୍ଷୀରେ ଅସରନ୍ତି ସମ୍ପର୍କ,
            ନୟନର ଜଳ,ହୃଦୟକୁ ଦେଇ
                 ଗଢେ ଯେ,ନବସର୍ମ୍ପକ।।

            ଅନେକ ରୁପରେ ଏକ ଆତ୍ମା,ନାରୀ
                  ନ’କରଇ ପାତରଅନ୍ତର,
         କନିଆ,ଭଗିନୀ,ଭାରିଜା,ମାଆ-ରୂପ ନେଇ,
                 ଭରେ ଆଶାରେ ଆଲୋକ।।
 
                  ଜିତେନ୍ଦ୍ର କୁମାର ଶତପଥି
                    ବୈଦ୍ୟସାହି,ଗୁଣପୁର
                       ଜିଲ୍ଲା-ରାୟଗଡା
               ଯୋଗାଯୋଗ-୯୦୪୦୨୫୫୯୪୮