ନବବର୍ଷ – କବିତା ସାହୁ
1 min read
ଇଂରାଜୀ ନବ ବରଷ ଆସିଅଛି ମରତ
ଜାତି ଧର୍ମ ନିର୍ବିଶେଷେ ପାଳୁଛୁ ହରଷେ ।
କରିବାକୁ ସ୍ବାଗତ ଜାଗି ରହିଛୁ ରାତି ଯାକ
ବାଜା ବାଣ ଲାଇଟ୍ ଭୋଜିଭାତ ସହିତ।
କେତେ ଆଶା ଆନନ୍ଦ ନାଚଗୀତ ସ୍ବପ୍ନ ନେଇ
କାକରେ ଶିରି ଶିରି ସମୀରେ ପାହିଲା ରାତି ।
ପୂରୁବ ଆକାଶ ସିନ୍ଦୁରା ଫଟାଇ ସୂରୁଜ ଆସିଛ
ସୁନେଲି କିରଣ ବୁଣି ଦେଇ ଶୁଭ ଆଶିଷ ।
କରୁଛୁ ସ୍ବାଗତ ହେବିଶ୍ବ ନିୟନ୍ତା ସକଳ କଳୁଷ
ହିଂସା ଈର୍ଷା କୁଟ କପଟ ବ୍ଯଭିଚାର କର ଦୂର ।
ଜୀବନ ଜଞାଳମୟ ଚାଲିବାକୁ ଅଛି ବହୁ ଦୂର
ଆସିଲା ମହାମାରୀ ନେଲା କେତେ ଜୀବନ
ତଥାପି ଚେତନା ଆସେନା ମନର ।
ଅହଂକାର ତୋର ମୋର ଛୋଟ ବଡ ମନୁ
ଛାଡୁନି ଏ ମାନବ ଛାର ।
ଗୁହାରୀ କରୁଛୁ ହେ ବିଶ୍ବ ବିହାରୀ ଏ ମାନବେ
ଦିଅ ସଦବୁଦ୍ଧି ସଦଗ୍ୟାନ ସୁଖ ଶାନ୍ତି ଆନନ୍ଦେ
କଟୁ ସକଳ ଜୀବନ ।
ହେ ଇଂରାଜୀ ନୂଆ ବରଷ ଘେନ ଆମର
ସ୍ବାଗତ ଶୁଭ ଅଭିନନ୍ଦନ ।
କବିତା ସାହୁ
ଜୟପୁର, କୋରାପୁଟ