ନବବର୍ଷର ଅଭିଷେକ – ରୋଜାଲିନ ମିଶ୍ର
1 min read
ହେ ପ୍ରିୟ ଦୁଇ ହଜାର ବାଇଶ,
ଜାଣେନି କେମିତି ହୋଇବ ଆରମ୍ଭ
ଆଉ କେମିତି ହେବ ଶେଷ…
କେବଳ ଏତିକି ଜାଣେ
ଶୀତରେ ଆରମ୍ଭ ହୋଇ
ପୁଣି ଶୀତରେ ହୁଏ ଶେଷ ।।
ଏକ ନୂତନ ସୂର୍ଯ୍ୟୋଦୟର ଅପେକ୍ଷା ରେ
ଚାହିଁ ରହିଥାଏ ଏ ଆହତ ନୀଳାକାଶ,
ଆଶା, ଆକାଂକ୍ଷା ସବୁ ପୂର୍ଣ୍ଣ କରିବାକୁ
ପ୍ରତିଶ୍ରୁତି ଦିଏ ପୁଣି ବସନ୍ତ ବିଳାସ ।।
ଅଭିଳଷିତ ସ୍ୱପ୍ନସବୁ ସାକାର ହୋଇ
ସୃଷ୍ଟି କରୁ ଏକ ପୁଷ୍ପିତ ଇତିହାସ,
ଯହିଁରେ “ବର୍ତ୍ତମାନ” ସହ ବନ୍ଧୁ ହୋଇ
ପ୍ରସ୍ଫୁଟିତ ହେଉ..
ଅଛି ଯେତେ ସ୍ଵପ୍ନାତୀତ ଆବୃତ ସାହସ ।।
ବିଭୁ କରୁଣାରୁ ଝଙ୍କୃତ
ଅନାବିଳ ଶାଶ୍ଵତ ପ୍ରେମ ଆଣି ଦେଉ
ପ୍ରତିଟି ଜନେ ମନେ
ଅନିର୍ବଚନୀୟ ଆନନ୍ଦର ଅମୃତମୟ ଉଲ୍ଲାସ,
ଏଇ ଶୁଭ ସକାଳର ଶୁଭ ଆଗମନେ
ଶେଷ ହୀନ ହେଉ
ସମ୍ଭାବନାର ଯେତେ ଇପ୍ସିତ ଆୟୁଷ ।।
ରୋଜାଲିନ ମିଶ୍ର
ଗ୍ରା/ପୋ- ଆଗଲପୁର (ରାଜ୍)
ଜିଲ୍ଲା- ବଲାଙ୍ଗିର
ପି-୭୬୭୦୨୨