ନବବର୍ଷ – ମନସ୍ମିତା ଦାସ
1 min read
ଆଜି ଦୁଇ ହଜାର ବାଇଶ ମସିହାର
ପହିଲି ଦିବସ ନୂତନବର୍ଷ ନାମରେ
ଆଗତ ଧରା ପ୍ରୁଷ୍ଠରେ
ପ୍ରତିକ୍ଷା ଥିଲା ଏ ଦିବସକୁ ସଭିଙ୍କର ।। ୧।।
ଜଗତର ସ୍ରୁଷ୍ଟିକର୍ତ୍ତା ହେକାଳିଆ ମୋର
ଭଗିଦିଅ ଆନନ୍ଦ ମନରେ ସଭିଙ୍କର
ସବୁଦୁଃଖ ନାଶ କର
ରାଗ, ଅଭିମାନ ଦୂର କରି ସଭିଙ୍କର ।। ୨।।
ଠୋଠା ଶବ୍ଦେ କମ୍ପେ ରାତ୍ରି ବାରଟା ବେଳାରେ
ଆନନ୍ଦର ଦିବସ ତ ଅଟଇ ଆଜିର
ଆଜି ନୂତନ ବର୍ଷରେ
ସ୍ନାନସାରି କରନ୍ତି ଦର୍ଶନ ବିଭୁଙ୍କର ।। ୩।।
ସାଙ୍ଗସାଥୀ ମେଳେ ବଣଭୋଜିରେ
ଆଜି ଭୋଜନ କରନ୍ତି ମଟନ୍, ପନିର
ଆଜି ମହାଆନନ୍ଦରେ
ବିତିଯାଏ ଦିବସଟି ପରିଭ୍ରମଣ ରେ ।। ୪।।
ଦିନମଣୀ ଅନ୍ତେ ଘଣ୍ଟିଶୁବେ ମନ୍ଦିରରେ
ଭକ୍ତର ଭଜନଶୁବେ ମନ୍ଦିର ମଧ୍ୟରେ
ଦୀପ ଜାଳନ୍ତି ମନ୍ଦିରରେ
ଭୋଗ ପାଇଥାନ୍ତି ସର୍ବେ ମନାଆନନ୍ଦରେ ।। ୫।।
ବିଭୁ ତୁମପାଦେ ଏତିକି ମାଗୁଣି ମୋର
ସଭିଙ୍କର ମନବାଞ୍ଛା ତୁମେ ପୂରଣକର
ବିଶ୍ବର ମଙ୍ଗଳ କର
ସଭିଙ୍କ ସ୍ବପ୍ନ ପୂର୍ଣ୍ଣ୍ରହେଉ ନବବର୍ଷରେ ।। ୬।।
ମନସ୍ମିତା ଦାସ
କଚେରୀ ବଜାଇ
ଭଦ୍ରକ