ନବବର୍ଷର ପରଶ – ଶିବରାମ ସାହୁ
1 min read
ନବ ବରଷର ନୂଆ ପରଶ
ତୁଷାର ମୋତିମାଳେ ସୁପ୍ରକାଶ,
ଶୀତରେ ଥରଇ ପ୍ରାତଃ-ପଉଷ
ବିଲେ ଶୋଭାପାଏ ଗୁଳ୍ମ ସୋରିଷ ।
ଆସେ ନବବର୍ଷ ।
ଦୁଃଖୀ ରୋଗୀ ଭୋଗୀ ମନହରଷ ।।
ବରଷକେ ଥରେ ମନ ଉଲ୍ଲାସ
ଏକତା ସୂତ୍ରରେ ସରବେ ବଶ,
ମନକୁ ମନ ମିଳାଇବା ଆସ
ଝରାଇବା ହୃଦୁ ଭାବ-ପୀୟୂଷ ।
ପାଳି ନବବର୍ଷ ।
ଘରେ ଘରେ ରଚିଯିବା ରାହାସ ।।
ଆରମ୍ଭ କରିବା ନବ ଅୟସ
ସୁଖ ସମୃଦ୍ଧିରେ ହସିବ ଦେଶ,
ସୁସ୍ଥ ନିରାମୟ ଜୀବନାଦର୍ଶ
ଲଭିବା ସରବେ ଦିବ୍ଯ ଆଶିଷ ।
କରି ମନ ତୋଷ ।
ଭକ୍ତିରେ ପୂଜିବା ଜଗତଈଶ ।।
ଯାହା ଘଟିଗଲା ଦୁଃଖ ବିଶେଷ
ପୁରୁଣା ବରଷେ ଥିଲା ଯା’ କ୍ଳେଶ,
କରିଦେଇ ସବୁ ମନରୁ ଶେଷ
ସୁଆଗତ ଦ୍ଵି ହଜାର ବାଇଶ ।
ମୁଖେ ଭରି ହସ ।
ଶୁଭେଚ୍ଛା ଜଣାଇ ଭୁଲିବା ରୋଷ ।।
ଶେଷରେ ଏତିକି କାମନା ଆଶ
ସଭିଁଙ୍କୁ ଦିଅନ୍ତୁ ସୁଖ-ସୁବାସ,
ରୋଗ ଶୋକ ଯେତେ ହେଉ ବିନାଶ
ଅଭିନନ୍ଦନ ମୋ ଘେନ ଅଶେଷ ।
ନ ହୋଇ ନିରାଶ ।
ସମାଜେ ବିରାଜୁ ନବ ସନ୍ଦେଶ ।।
ଶିବରାମ ସାହୁ
ରୁପ୍ରା, ନର୍ଲା
କଳାହାଣ୍ତି