ନବବର୍ଷ – ଅଶୋକ କୁମାର ନାୟକ
1 min read
ଅଭିଷେକେ ତ ଅଭିନନ୍ଦନ,
ନୂଆ ପ୍ରାଣରେ ମନୋନୟନ ।
ପୂର୍ବ ଜୀବନ ପରିବର୍ତ୍ତନ,
ନୂଆ ମନରେ ନୂଆ ଜୀବନ ।
ନବବର୍ଷର ଏ ଅଭିଷେକ,
ନୂଆ ଆଲୋକେ ଆଣେ ପୁଲକ ।
ଜୀବନଟା ଫୁଲ ଗୋଲାପର,
ଏ ଅଭିଷେକ ସ୍ନେହ, ପ୍ରେମର ।
ଦେବାନି ଦୁଃଖ କାହା ମନକୁ,
ଯୋଡ଼ିବା ବନ୍ଧୁତ୍ୱର ଡୋରକୁ ।
ଅତୀତ ଦୁଃଖ ଭୁଲିଣ ଯିବା,
ନବବର୍ଷେ ସୁଚିନ୍ତା ଲୋଡ଼ିବା ।
ସଜାଡ଼ି ଏକ ନୂଆ ସୁଯୋଗ,
ପର ଆପଣା ନ କରି ଭାଗ ।
କିଣିନେବାରେ ସବୁରି ମନ,
ନବବର୍ଷ ଅଭିଷେକ ଦିନ ।
ସ୍ୱର, ଛନ୍ଦ, ତାଳେ ନୂଆ ଗୀତ,
ନବ ସପନେ ଗାଅରେ ମିତ ।
ହସିବା ଆମେ ସାରା ବରଷ,
ଦୁଃଖ ଚିନ୍ତାରୁ ହେବା ଉଶ୍ୱାସ ।
ରାଗ, ରୁଷା ସବୁ ଅଭିମାନ,
ଭୁଲିଯିବା ଆମେ ଭାବି ସ୍ୱପ୍ନ ।
ସ୍ମୃତି ଭରିଣ ନୂଆ ଜୀବନେ,
ହସାଇବା ପଣ ରଖି ମନେ ।
ମନ ରଙ୍ଗରେ ରଙ୍ଗେଇ ଦେବା,
ପ୍ରଜାପତି ପରି ଉଡ଼ି ବୁଲିବା ।
ଦେବାନି ଦୁଃଖ କାହା ମନରେ,
ସୁଖ ଭରି ପ୍ରତି ହୃଦୟରେ ।
ଭୁଲି ହୃଦୟେ ବାଦ ବିବାଦ,
ନବବର୍ଷରେ ମିଳୁ ଆନନ୍ଦ ।
ନବବର୍ଷର ଏ ଶୁଭ ଦିନ,
ହସଖୁସିରେ ବିତୁ ଜୀବନ ।
ଶ୍ରୀ ଅଶୋକ କୁମାର ନାୟକ
କେନ୍ଦୁଢି଼ପି, ନୟାଗଡ଼