Sahitya Jibana

Portal on odia literature

ଅଭିନନ୍ଦନ ୨୦୨୨ – ଟିକେଶ୍ୱର ସାହୁ

1 min read

ଅଭିନନ୍ଦନ, ଦୁଇ ହଜାର ବାଇଶୀ,

କେତେ ସୁଖ, କେତେ ଶାନ୍ତି, ନେଇ ଆସିଅଛୁ ଶୁଭ ମନାସୀ |୦|

କରୁଛୁ ସ୍ବାଗତ କରି ମଥାନତ

ନୂଆ ବରଷ ହେ ନୂଆ ବରଷ,

ଶୀତୁଆ ରାତିରେ ଶୀତ ସକାଳରେ

ଫୁଟାଇ ହସରେ ଫୁଟାଇ ହସ ,

କେତେ ନୂଆ ଆଶା କେତେ ଯେ ଭରସା

ରଖିଛୁ ମନରେ ସଭିଁଙ୍କୁ ତୋଷି |୧|

ସମୟ ବଦଳେ ପ୍ରତିଟି ସକାଳେ

ଆସଇ ସୂରୁଯ ନୂଆ ରଙ୍ଗରେ,

ମନରେ ଭରିଛି ନୂଆ ଉନ୍ମାଦନା

ଆଙ୍କାଦେଇ ଚିତ୍ର ନୂଆ ଢଙ୍ଗରେ,

ଲାଗେ ନୂଆ ନୂଆ ବର୍ଣ୍ଣିଳ ଦୁନିଆଁ

ଆଗେଇ ଆସଇ ସକାଳେ ହସି |୨|

ସାରା ସଂସାରରେ ନୂଆ ବର୍ଷ ଆସେ

ପବନ ମଧୁରେ ଫୁଲ ରଙ୍ଗରେ,

ରାତ୍ରିର ଅନ୍ଧାରେ ବାଜା ରୋଷଣୀରେ

ଆତସ ବାଜିର ଘନ ଶବ୍ଦରେ,

ଚୁପି ଚୁପି ଆସ ହେ ନୂଆ ବରଷ

ହାତରେ ଧରେଇ ରଙ୍ଗିନ ମସି |୩|

ନୂଆ ସକାଳକୁ ସ୍ବାଗତି ନେବାକୁ

ଧରିଅଛୁ ରଙ୍ଗ ତୂଳି ସମ୍ଭାର,

ଆକାଶରୁ ତୋଳି ଆଣିଅଛି ରଙ୍ଗ

ସବୁଜିମା ଧରା ରୂପ ତୋହର,

ହେ ନୂଆ ବରଷ ହୁଅ ତୁ ସରସ

ପରଶି ହାତରେ ସୁଖକୁ ହସି |୪|

ହେ ନୂଆ ବରଷ, ଅଭିନନ୍ଦନ, ଦୁଇ ହଜିର ବାଇଶୀ ||

 

ଟିକେଶ୍ୱର ସାହୁ

ନଳବଂଧ, ବାରକୋଟ, ଦେବଗଡ଼ | 

ମୋ—୯୯୩୮୫୭୦୯୯୧ / ୯୪୩୭୮୭୬୮୪୪ 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?