Sahitya Jibana

Portal on odia literature

ନବବର୍ଷର ଅଭିଷେକ – ପ୍ରତାପ ଚନ୍ଦ୍ର ପ୍ରଧାନ 

1 min read

ସଜେଇ ହୋଇ ସେ ଫୁଲ ସବାରିରେ 

ନୁଆ ସକାଳକୁ ନେଇ ।

ବୁଣିଦେଇ ମନେ ଆଶାର କିରଣ 

ନୁଆ ବର୍ଷ ଆସୁଥାଇ ।।

ସ୍ବାଗତ କରିବା ହସି ମିଳିମିଶି 

ସାଙ୍ଗ ସାଥି ପରିବାର ।

ଠାକୁରଙ୍କ ପାଖେ ପ୍ରାର୍ଥନା କରିବା 

ସବୁ ଦୁଃଖ ହେଉ ଦୂର ।।

ଦେବା ନାହିଁ କଷ୍ଟ କାହାରି ମନରେ 

ଶପଥ ନେବା ସଭିଏଁ ।

ଆଜିର ଜୀବନ କାଲିକୁ ରହୁନି 

ମନେ ରଖିଥିବା ହାଏ ।।

ମନରୁ ଦୂରେଇ ଲୋଭ ହିଂସା ମୋହ 

ଭଲ ପାଇବା ବାଣ୍ଟିବା ।

ସବୁ ନାରୀ ଆମ ମାଆ ଓ ଭଉଣୀ 

ସଭିଙ୍କୁ ସମ୍ମାନ ଦେବା ।।

ଜଗତର ନାଥ କାଳିଆ ସାଆନ୍ତ 

ପାଦ ପଦ୍ମରେ ପ୍ରଣତି ।

ସଭିଙ୍କ ଜୀବନେ ଭରି ଦିଅ ଖୁସି 

ଦୁଃଖ କଷ୍ଟ କରି ଇତି ।।

         

ପ୍ରତାପ ଚନ୍ଦ୍ର ପ୍ରଧାନ 

ଆଳିପଡା, କଣାସ, ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?