ନବବର୍ଷର ଅଭିଷେକ – ଶେଖ ମୋଜାହିଦ ମହତାବ
1 min read
ନୂତନ ବରଷ ଆଣିବ ହରଷ
ଦେବ ନବ ଉନ୍ମାଦନା,
ହସିବ ଧରଣୀ ଗାଇବ ରାଗିଣୀ
ଦେଖି ନବ ସମ୍ଭାବନା |
ଦାରିଦ୍ର୍ୟ କଷଣ ଦୁର୍ନୀତି ଶୋଷଣ
ନ ରହୁ ଏହି ଭୁବନେ
ନାରୀ ନିର୍ଯାତନା ଦୁଷ୍କର୍ମ ଭାବନା
ନ ରହୁ କାହାରି ମନେ |
କାମ, କ୍ରୋଧା, ଇର୍ଷା, ଲୋଭ, ମୋହ, ହିଂସା
ଭାବନାକୁ ଦୂର କର,
ଆଳସ୍ୟ, ନିରାଶା, ଘୃଣା, ଦ୍ୱେଷ, ଭାଷା
ବିଡମ୍ବନା ପରିହାର |
କରୋନା ଦେଇଛି ଜେତେ ଯେ କଷଣ
ମନୁ କର ପରିହାର,
ଜାଉ ଏହି ରାତି ଆସୁ ନବ ଭାତି
ଦୂର ହେଉ ଦୁରାଚାର |
ଶେଖ ମୋଜାହିଦ ମହତାବ
ଯାଜପୁର ଟାଉନ, ଯାଜପୁର