Sahitya Jibana

Portal on odia literature

ଦୀପ ଜାଳିବୁ କାହା ପାଇଁ – ମନୋଜ କୁମାର ଶତପଥୀ

1 min read

ଦୀପର ଧର୍ମ ତ ସେ ଜଳିବ

ଅନ୍ଧାର ରାତିରେ

ବାଟ ଦେଖେଇବ ପଥିକ

ମାନଙ୍କୁ ,

ରାତିର ଅନ୍ଧକାରକୁ ହଟେଇ

ନପାରିଲେ କଣ ହେଲା 

ତାର ଚେଷ୍ଟା କଣ କିଛି କମ କି ।

 

ଆସ ଆଜି ଦୀପ ଟିଏ 

ଜଳିଦେବା ଜାଳି ଦେବା

ସେମାନଙ୍କ ପାଇଁ ଯେଉଁ ମାନେ

ଅନ୍ଧାରରେ ରହି ଆମ ପାଇଁ

ଜଳୁଛନ୍ତି ସୁଦୂର ସୀମାରେ ।

 

ଯେଉଁ ମାନେ ଜଳୁଛନ୍ତି ସବୁଜ

କ୍ଷେତରେ ଆମ ପେଟର ଭୋକ

ଉପଶମ ପାଇଁ ।

ମନୋଜ କୁମାର ଶତପଥୀ

ଯାଜପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?