ଦୀପ ଜାଳିବୁ କାହା ପାଇଁ – ଭାବଗ୍ରାହୀ ତ୍ରିପାଠୀ
1 min read
ପ୍ରଥା ପରମ୍ପରା ଅନୁଯାୟୀ ଆଜି
ପାଳନ ହୁଅଇ ପର୍ବ
ପରବରେ ସେହି ମଧୁରତା ନାହିଁ
ମଡର୍ଣ୍ଣ ଦୁନିଆଁ ଆଜ
ଲିଚୁ ତ ଜଳୁଛି ଵାଣ ବି ଫୁଟୁଛି
ନାହିଁ ସେ ସ୍ୱଦେଶୀ ପ୍ରୀତି
ଚାଇନାର ପ୍ରୀତି ମନରେ ଜାଗିଛି
ମାଟି ଦୀପ ଗଲୁ ଭୂଲି
ଦୀପଟି ଜାଳିବୁ କାହା ପାଇଁ ବୋଲି
ମନରେ ଆସଇ ପ୍ରଶ୍ନ
ପୂରୁଵ ପୁରୁଷ ଦେବା ଦେବୀ କଥା
ପାଶୋରି ଯାଇଛେ ଆଜ
ମହାନ ସଂସ୍କୃତି ଆମ ପରମ୍ପରା
ବିଶ୍ବରେ ଅଟଇ ଖ୍ୟାତ
ଦୀପାବଳି ପର୍ବେ ଦୀପଟିଏ ଜାଳି
ରଖିବା ମାଟିର ଟେକ
ବଡ଼ ଵଡୁଆଙ୍କୁ କରି ଆବାହନ
ଦୀପ ଦାନ ଶ୍ରାଦ୍ଧ ଦେଇ
ଅନ୍ଧାରରେ ଆସି ଆଲୁଏ ଯାଆନ୍ତି
ଆଶିଷ କଲ୍ୟାଣ ଦେଇ
ଦୀପ ଆଲୁଅରେ ଆଗମନ ହେଉ
ସୁଖ ସମୃଦ୍ଧିର ବର୍ଷ
ରାଗ ହିଂସା ଭୁଲି ସ୍ନେହ ଶ୍ରଦ୍ଧା ବାଣ୍ଟ
ନରଖି ମନରେ ଦ୍ୱେଷ
ଈର୍ଷା ଅହଂକାର ଘୃଣା ଆଦି ଭାଵ
ମନରୁ ଯାଉ ଦୂରେଇ
ସତ୍ୟ ଶାନ୍ତି ଦୟା ହୃଦୟରେ ଆସୁ
ବିବେକ ଦୀପ ଜଳାଇ
ଚିନ୍ତା ନୁହେଁ ଆମେ ସଭିଙ୍କ ଓଠରେ
ହସ ଟିକେ ଫୁଟେଇବା
ଦୁଃଖ ନୁହେଁ ଆମେ ସଭିଙ୍କ ମନରେ
ସ୍ନେହ ପ୍ରେମ ଭରିଦେବା
ସ୍ନେହ ମମତାର ଦୀପାବଳି ପର୍ବ
ସୁଖ ଶାନ୍ତି ଭରି ଦେଉ
ମାତା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦେ
ଦୁଃଖ ଶୋକ ଚାଲିଯାଉ
ଭାବଗ୍ରାହୀ ତ୍ରିପାଠୀ
ମାଲକାନଗିରି