ଈଶ୍ଵର ହିଁ ସତ୍ୟ – ସନ୍ତୋଷ କୁମାର ପଣ୍ଡା
1 min read
ଯେଉଁ ଦିନ ମୋର ମୃତ୍ୟୁର ସବାରି
ଶମଶାନେ ଯାଉଥିବ
ସେ ଦିନ କାଳିଆ ଛଡ଼ା ଫୁଲଟିଏ
ମୋ ଶବରେ ଦେଇଦେବ।ଘୋ।
ଭେଟ ହେବ କି ନା ଜାଣିନାହିଁ ମୁହିଁ
ସ୍ଵର୍ଗପୁରେ ତା’ର ମୋର
ଏତିକି ଆଶିଷ ନେଇକି ଯିବି ମୁଁ
ଭୁଲିବନି ସହୋଦର।୧।
ମରଣ ପରେ ମୋ କାନ୍ଦୁଥିବେ ବନ୍ଧୁ
ସ୍ତ୍ରୀ, ପିଲା, ପରିଜନ
ଦ୍ଵାଦଶ ଦିନରେ ଭୁଲିଣ ତାହାକୁ
ଭୋଜି ଭାତ ଆୟୋଜନ।୨।
ସବୁ କିଛି ମାୟା ମିଛ ଏ ସଂସାରେ
ସତ ଖାଲି ଭଗବାନ
ମୋହ ବନ୍ଧନରେ ନ ପଡ଼ି ବାବୁରେ
ବେଳୁ ହୁଅ ସାବଧାନ।୩।
ସନ୍ତୋଷ କୁମାର ପଣ୍ଡା
କଟକ