Sahitya Jibana

Portal on odia literature

ହେ କଲମ ତତେ ପ୍ରଣାମ – ଯୁଧିଷ୍ଠିର ମାଝି

1 min read

ହେ କଲମ ତତେ ପ୍ରଣାମ
ତୁ ଟିକେ ଚରଚର ଚାଲିଲେ
ହୋଉଥିଲା ନବ ଯୁଗ ଜନମ ( ଘୋଷା )

କାନ୍ଦୁଛି ଆଜି ତୋ ତନୁ ମନ
ଦେଖି ପାରୁନି କାହା ନୟନ
ତୋ ହୃଦୟରେ କେତେ ଜଖମ ।

ମନ କଥା ଟିକେ ଲେଖିବା ବେଳେ
ମନେ ପଡୁଥିଲୁ ଦିନେ ତୁ ସେତେବେଳେ

ଆଜି ତତେ କିଏ ଅବା ଖୋଜୁଛି
ମୋବାଇଲ ତା ହାତରେ ସଦା ରହିଛି

ବୁଝିପାରୁ ନାହିଁ ତୋର ବଳ କିଏ
କରିପାରୁ କି କରମ ।

ଦେଉଥିଲୁ ଦିନେ କେତେ ବାରତା
ତୋରି ପାଇଁ ହେଉଥିଲେ ଜଗତଜିତା

ଆଜି ତତେ ସିଏ ମନେ ରଖିନି
ପକେଟରେ ରଖି ତତେ କିଏ ବୁଲୁନି

ସେ କାନରେ ଦେଇ ହେଡ ଫୁନଟିକୁ
କରୁଛି କେତେ ଆରାମ ।

ଯୁଗ ବଦଳି ସାରିଛି
ମୁଁ ବି ବଦଳି ଯାଇଛି
ଆଜିର ମାନବ ଆଜିର ସମାଜ
ଖୁସିରେ, କେମିତି କହି ପାରୁଛି

ଭୁଲି ଯାଇଛି କି କହିବାକୁ ତୋର
ସୁଯଶ ଅମର ନାମ ।
ହେ କଲମ ତତେ ପ୍ରଣାମ

ତୁ ଟିକେ ଚରଚର ଚାଲିଲେ
ହୋଉଥିଲା ନବ ଯୁଗ ଜନମ ।

ଯୁଧିଷ୍ଠିର ମାଝି ( ଜୁଜେଶ )
ଡାଳଗୁମା, ଶଗଡା
ଭବାନୀପାଟଣା, କଳାହାଣ୍ଡି
http://wa.link/dsugsx
judhisthirmajhi7249@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?