ଆମ ମାତୃଭାଷା ଓଡ଼ିଆ – ମଧୁସୂଦନ ମିଶ୍ର
1 min read
ସବୁଥିରେ ଆମେ ବଢିଆ
ଆମ ମାତୃଭାଷା ଓଡିଆ
ଆମେ ହେବୁ ବୀର ସାହସୀ ତତ୍ପର
ହେବୁନି କରମ କୋଢିଆ ।।
ଆମ ପରିଚୟ ଓଡ଼ିଆ
ଉପରକୁ ସିନା ନଡିଆ
ଆମରି ଅନ୍ତର କୋମଳ ମଧୁର
ସତେ ଅବା ମିଠା ପୁଡିଆ ।।
କହିବୁ ଲେଖିବୁ ଓଡ଼ିଆ
ଫୁଟାଇବୁ ଫୁଲ ଗଢିଆ
ଆମ ମାତୃଭାଷା ଆମରି ଭରସା
କହିବୁନି ଜମା ଦେଢିଆ ।।
ହଜିଗଲେ ଭାଷା ଓଡିଆ
ଆଶା ହେବ ଖତ ଗଢିଆ
ଆମରି ସଂସ୍କୃତି ହୋଇବ ବିକୃତି
ଖସିଯିବ ଗୋଡ ଫଡିଆ ।।
ଆମ ସାଥେ ଥିଲେ ମିଡ଼ିଆ
ଉଚ୍ଚ ହେବ ଆମ ଓଡିଆ
ମାତୃଭାଷା ଜୟ ଆନନ୍ଦରେ ଗାଅ
ନହେଲେ ସବୁ ତ ପଡିଆ ।।
ମଧୁସୂଦନ ମିଶ୍ର ,ନୂଆସାହି ,ଜେଲରୋଡ ,କେନ୍ଦୁଝର