Sahitya Jibana

Portal on odia literature

ରାଈ ଦାମୋଦର – ସୁକାନ୍ତ ଖଣ୍ଡା

1 min read

କାର୍ତ୍ତିକ ମାସଟି ସକଳ ଅଶାନ୍ତି
କରିଥାଏ ବୋଲି ଦୂର
ଘରେଘରେ ହୁଏ ପୂଜା ଉପଚାର
ସ୍ମରି ରାଈ ଦାମୋଦର।୧
ଜଗତ କଲ୍ଯାଣ ହୁଏ ଏ ମାସରେ
ପ୍ରତିଘରେ ଶୁଭ ଚିନ୍ତା
ସୁକର୍ମ ସହିତ ଶାକାହାରୀ ହୋଇ
ମନ କରନ୍ତିନି ପିତା।୨
ଭାରି ଭିଡ଼ ହୃଏ ଗଙ୍ଗା ଆଉ ଗୟା
ପିଣ୍ଡଦାନ କରିବାକୁ
ପୁରୀର ବାଇଶି ପାହାଚ ଉଚ୍ଛୁଳେ
ପିତୃଶ୍ରାଦ୍ଧ ବାଢି଼ବାକୁ।୩
ରାଈ ଦାମୋଦର ସ୍ମରଣ କରନ୍ତି
ଭବିଷ୍ଯତ ସୁଖ ପାଇଁ
ଜଗତ କଲ୍ଯାଣ କରିବାକୁ ସର୍ବେ
ଆକୁଳେ ଆସନ୍ତି ଧାଇଁ।୪
ବଡ଼ ସରାଗରେ ଅନ୍ନ ବସ୍ତ୍ର ଆଉ
ଅର୍ଥକୁ ଦିଅନ୍ତି ସୁଖେ
ଦାନ ଧର୍ମ ପାଇଁ କୁଣ୍ଠା ନ କରନ୍ତି
ହସନ୍ତି ଆନନ୍ଦ ମୁଖେ।୫
ପତି ଆଉ ପତ୍ନୀ ହୃଦୟ ମନ୍ଦିରେ
ସ୍ଥାପନ ସଦା ରାଈଙ୍କୁ
ଦାମୋଦର ଆଉ ଯିବେ ବା କୁଆଡେ଼
ରାଈ ପାଖୁ ଖସିବାକୁ।୬
ରାଈ ଦାମୋଦର ସୁନ୍ଦର ଯୋଡି଼ଙ୍କୁ
ପୂଜିବା ଦେଖିବା ନିଶା
ମନ ହୃଦୟକୁ ସମର୍ପଣ କରି
ସୁଖ ପାଇବାକୁ ଆଶା।୭
ସକଳ ଶାନ୍ତି ତ ଏ ଦୁହିଁଙ୍କ ପାଖେ
ରହିଅଛି ନିତ୍ଯଦିନ
ମନ ଆଇନାରେ ଆସ ଭାଇମାନେ
ଥରେ ତ ଦିଅନ୍ତୁ ଧ୍ଯାନ।୮
ଭାରି ଭଲ ଏହି କାର୍ତ୍ତିକ ମାସଟି
ଧର୍ମ ପାଇଁ ଆସିଥାଏ
କର୍ମର ଫଳକୁ ବଦଳାଇବାରେ
ଏତ ନିଶ୍ଚେ ଶିକ୍ଷାଟାଏ।୯
କର୍ମର ଫଳଟି ଫଳିବରେ ଭାଇ
ଇଛା ଆଶା ହେବ ପୂର୍ଣ୍ଣ
ରାଈ ଦାମୋଦର କେବେ ହେଁ କାହାର
ଇଛା କରିବେନି ଶୂନ୍ଯ
ଆସ ଆସ ସବୁ ସ୍ମରଣ କରିବା
ପାଇ କି ହୋଇବା ଧନ୍ଯ।୧୦
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା, ଘଟଗାଁ, କେନ୍ଦୁଝର

Leave a Reply

Copyright © Sahitya Jibana | Newsphere by AF themes.
Open chat
Hello
How can you help we?