ଶିଶୁ ଶ୍ରମିକ – ସୁକାନ୍ତ ଖଣ୍ଡା
1 min read
ଶିଶୁଟିଏ ଦିନେ ହୋଟେଲ ଭିତରେ
ବାସନକୁ ମାଜୁଥିଲା
ଗରାଖ ପାଖରେ ଠିଆହେବା ଦେଖି
ମାଲିକ କଣ ବୁଝିଲା?୧
ବାସନ ଅଭାବେ ଖାଇବା ଦେବାକୁ
ଅସୁବିଧା ବୋଧେ ହେଲା
ତରତର ହୋଇ ଶିଶୁଟିକୁ ଯାଇ
ଗାଲରେ ଚାପୁଡେ଼ ଦେଲା ୨
ଶିଶୁଟି କହିଲା ଏକୁଟିଆ ଅଛି
କେମିତି ପାରିବି କରି
ତିନି ଜଣ କାମ ଏକା ମୁଁ କରୁଛି
କର୍ମରେ ଦେଖନ୍ତୁ ଜାରି।୩
ଜବାବ ଶୁଣିକି ମାଲିକ ରାଗିକି
ଲଦିଦେଲା ତା ପିଠିରେ
ଭୋଅ ଭୋଅ କାନ୍ଦି ତଳେ ଗଡି଼ଗଲା
ଆଖିରୁ ଲୁହ ତା ଝରେ।୪
ଥିଲେ ସେଠି କେତେ ବଡ଼ବଡ଼ ଲୋକ
କେହି କହିଲେନି ଆହା
ବିଚରା ଶିଶୁଟି କାଲିଠୁ ଖାଇନି
ପିଇଥିଲା ଟିକେ ଚାହା।୫
କାର୍ଯ୍ଯରେ ଶିଶୁର ଢିଲା ଭାବିକରି
ମାଲିକର ନାଲି ଆଖି
ଖାଇବା ଦେଇନି ଉପାସେ ରଖିଛି
ଖଟାଉଛି ମାରି ମୁଖି।୬
ନିରେଖି ଚାହିଁବା ବେଳେ ପହଁଞ୍ଚିଲେ
ଦୁଃଖ ବୁଝିବାର ଲୋକ
ଦୟାର ସାଗର ହୃଦୟୁ ଝରିଲା
ବୁଝିଲେ ଶିଶୁର ଭୋକ।୭
ସେହି ହୋଟେଲରୁ ଖାଇବା କିଣିକି
ଖୁଆଇ କଥା ଫିଙ୍ଗିଲେ
ସଭିଏଁ ଜାଣି ବି ଶିଶୁ ଅଧିକାର
ତଥାପି ନୀରବ ଥିଲେ?୮
ନୀଚ୍ଚ ଧୀଟ ଜଣେ ବସି ଶୁଣୁଥିଲା
ଯିଏ ଥିଲା ଅଫିସର
ହୃଦୟୁ କଲିଜା କାଢି଼ନେଲା ପରି
ଲାଗିଲା ସେକ୍ଷଣି ତାର।୯
ଫୋନ କରି ସିଏ ପୋଲିସ ଡାକିଲା
ବନ୍ଧା ହେଲା ମାଲିକଟି
ଗୋଡ଼ତଳେ ପଡି଼ କ୍ଷମା ମାଗୁଥିଲା
ମୁଣ୍ଡ ଦେଉଥିଲା ପିଟି।୧୦
ଶିଶୁଟି ଚାଲିଲା ଅନାଥାଶ୍ରମକୁ
ସରକର ସବୁ ବୁଝିଲେ
ଅଫିସର ସେହି ସାହସୀ ଲୋକଙ୍କୁ
କୋଟିଏ କ୍ଷମା ମାଗିଲେ।୧୧
ତୁମ ଯୋଗୁଁ ଆଜି ଶିଶୁଟି ଦୈନିକ
ଶ୍ରମିକରୁ ବଞ୍ଚିଗଲା
ଲୋକଟି କହିଲା ତୁମେ ଅଫିସର
ଜାଣିକି କଲି ଏ ପାଲା।୧୨
ପ୍ରଣାମ ସହିତ ଶପଥ କରିଲେ
କର୍ତ୍ତବ୍ଯ ହେବ ଏଠାରୁ
ଧନ୍ଯବାଦ ଦେଇ ଅଫିସର ତାଙ୍କୁ
ବାହାରି ଗଲେ ସେଠାରୁ।୧୩
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ,ମଣତା, ଘଟଗାଁ, କେନ୍ଦୁଝର