Sahitya Jibana

Portal on odia literature

ରାଜପଥ – ପ୍ରଭାତ କୁମାର ମଲ୍ଲିକ

1 min read

 

ରାଜପଥ ମୁହିଁ ରାଜପଥ
କଳା ମଚମଚ ଦେହଟି ମୋହର ,
ନାହିଁଟି ମୋହର ଗୋଡହାତ
ରାଜପଥ ମୁହିଁ ରାଜପଥ ।।

ହେଲାଣି ବୟସ ଶତଶତ
ନିର୍ବିକାର ଭାବେ ପଡିଅଛି ମୁହିଁ ,
କାସାଙ୍ଗେ ନାହିଁମୋ ହିଂସାବାଦ
ରାଜପଥ ମୁହିଁ ରାଜପଥ ।।

ସହୁଛି ସଭିଙ୍କ ପଦାଘାତ
ପ୍ରତିବାଦ କେବେ କାହାକୁ କରେନି ,
ପ୍ରାଣୀଙ୍କର ମୁହିଁ ଚଲାପଥ
ରାଜପଥ ମୁହିଁ ରାଜପଥ ।।

ସଭିଙ୍କର ମୁହିଁ କରେ ହିତ
ଯେଉଁଆଡ଼େ ଯିଏ ଯିବାପାଇଁ ଚାହେଁ ,
ପହଁଚାଏ ସେଠି ମୁଁ ନିଶ୍ଚିତ
ରାଜପଥ ମୁହିଁ ରାଜପଥ ।।

ମନୁଷ୍ଯ ଦେଖେନି ମୋର ସ୍ବାସ୍ଥ୍ୟ
ବେପରୁଆ ଭାବେ ଗାଡି ଚଳାଇ ସେ ,
ମୋତେ କରଇ କ୍ଷତ ବିକ୍ଷତ
ରାଜପଥ ମୁହିଁ ରାଜପଥ ।।

ଗଛଟି ଅଟଇ ମୋର ମିତ
ଖରା ବର୍ଷା ଶୀତ ବାର ମାସ ଯାକ ,
ପାଖେ ପାଖେ ମୋର ଥାଏ ସେତ
ରାଜପଥ ମୁହିଁ ରାଜପଥ ।।

ମୋ ଦେହରେ ଥାଏ କେତେ ଛକ
ସେହିଠାରେ ପୁଣି ଗଢିଉଠି ଥାଏ ,
ସହର ବଜାର ଅନେକତ
ରାଜପଥ ମୁହିଁ ରାଜପଥ ।।

ନିର୍ବାଚନ ବେଳେ ମୋ ଭାଗ୍ଯତ
ବଦଳି ଯାଏଯେ ରାତାରାତି ପୁଣି ,
ନବ କଳେବର ମୁଁ ହୁଏତ
ରାଜପଥ ମୁହିଁ ରାଜପଥ ।।

ମୋହର ନାମ ଅଛି ବହୁତ
ଦେଶ ରାଜ୍ଯ ଏବଂ ଜିଲ୍ଲା ନାମ ସହ ,
ମହାପୁରୁଷ ନାମେ ମୁଁ ନାମିତ
ରାଜପଥ ମୁହିଁ ରାଜପଥ
ରାଜପଥ ମୁହିଁ ରାଜପଥ ।।

ଶିକ୍ଷକ କବି – ପ୍ରଭାତ କୁମାର ମଲ୍ଲିକ

ଜନ୍ମସ୍ଥାନ– ଶିବପୁର, ଧାମନଗର, ଭଦ୍ରକ ।
କର୍ମସ୍ଥାନ–ରାଇଘର, ନବରଙ୍ଗପୁର ।

Leave a Reply

Copyright © Sahitya Jibana | Newsphere by AF themes.
Open chat
Hello
How can you help we?