Sahitya Jibana

Portal on odia literature

ଶୁଭ ଦୀପାବଳି – ସୁକାନ୍ତ ଖଣ୍ଡା

1 min read

ଆସୁଅଛି ଦୀପାବଳି ପୂଜିବାରେ ମାଆ କାଳୀ
ରଖିଯିବା ପରମ୍ପରା ପ୍ରତି ବର୍ଷର
ଦେବେ ସିଏ ଆଶୀର୍ବାଦ ଦୂରେଇବେ ଆମ ଖେଦ
ତାଙ୍କୁ ସବୁ ସୁମରଣ ଥରୁଟେ କର
ଭକତିରେ ନେବେଦ୍ଯ ଦେଇ
ଦୁଃଖଶୋକ ହୃଦୟରୁ ଦେବା ଦୂରେଇ।୧
ଜଗତକୁ ଶାନ୍ତି ପାଇଁ ଆସିଛନ୍ତି ସେ ଓହ୍ଲାଇ
ହାତରେ ଶୋଭା ପାଉଛି ଖଡ୍ଗ ଖର୍ପର
ସଂସାରରୁ ପାପି ଯେତେ ଲୋପ କରିବାକୁ ହାତେ
ପଡୁଅଛି ଥପଥପ ନିର୍ଝର ପରି
ଥରେ ତାଙ୍କୁ ଶାନ୍ତ କରିବା
ଆରାଧନା ପୂଜାପାଠେ ସମର୍ପି ଯିବା।୨
କାଳୀରୂପେ ଅବତରୀ ସାଙ୍ଗରେ ତା’ ସହଚରୀ
ପାପୀଙ୍କୁ ସେ ଧ୍ବଂସ କରି ସାଧୁ ପାଳିବେ
ଘରଘର ବୁଲିବୁଲି ଖାଉଛନ୍ତି ପୁଣ୍ଟିଚିରି
ବେକରୁ ସେ ଛିଣୁଛନ୍ତି ରକ୍ତ ପିଇବେ
ମାଆ ହୋଇ ରାଗିଛି ଯେବେ
ଶାନ୍ତନା କରିବା ଆମେ ସବୁ ଏ ଭବେ।୩
ଭୁଲିଯିବା ଦୁଃଖ ଶୋକ ଲୟରେ ନିଜକୁ ରଖ
ହିଂସା ଘୃଣା ଯାହା ଅଛି ମନୁ ଦୂରେଇ
ସୁକରମ କରିଯିବା ସଭିଙ୍କୁ ଆଦରେ ଥିବା
ଭାଇଚାରା ନେଇ ସାଙ୍ଗ ହୋଇବା ଆମେ
ଶୃଙ୍ଖଳିତ ଯଦି ହୋଇବା
ମାଆ କାଳୀ ଆଶୀର୍ବାଦ ତେବେ ପାଇବା।୪
ଜଣେ ନୁହେଁ ପଣେ ହୋଇ ଏକତା ମନ୍ତ୍ରକୁ ଗାଇ
ନାଚିବା ଗାଇବା ଆସ ହରଷ ହୋଇ
ଭାବରେ ସଦା ବୁଡି଼ବା ନିଜ କର୍ମ କରୁଥିବା
ଭବିଷ୍ଯ ଅବଶ୍ଯ ହେବ ଉଜ୍ଜଳ ଆମ
ରାଗନାହିଁ କେହି କାହାକୁ
ଆସିଅଛି ଦୀପାବଳି ଆମ ପାଖକୁ।୫
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା, ଘଟଗାଁ, କେନ୍ଦୁଝର

Leave a Reply

Copyright © Sahitya Jibana | Newsphere by AF themes.
Open chat
Hello
How can you help we?