ଶୁଭ ଦୀପାବଳି – ମମତା ସାହୁ
1 min read
ଶୁଭ ଦୀପାବଳି ଆସିଛି
ସଭିଙ୍କୁ ଉତ୍ସାହ ଭରିଛି।।
ଗାଁ ରୁ ସହର ସବୁଠି
ଆଲୁଅ ର ପର୍ବ ପାଳୁଛି।।
ମାଟି ଦୀପ ଖୋଜା ପଡିଛି
ମହମବତୀ ବି ଜଳୁଛି।।
ଲିଚୁ ମାନ ଖଞ୍ଜା ଯାଇଛି
ରାତି କେଡେ ଶୋଭା ପାଉଛି।।
ତାଳ ଫଟକା ଫୁଟୁଛି
ବାଣର ଶବଦ ଶୁଭୁଛି।।
ମୁରୁଜର ଚିତା ପଡିଛି
କେଡେ ମନଲୋଭା ଦିଶୁଛି।।
କାଉଁରିଆ କାଠି ଆଣିଛି
ହାତରେ ଜାଳି ଧରିଛି।।
ବଡ ବଡିଆଙ୍କୁ ଭାବୁଛି
ଆଲୁଅ ରେ ଯାଅ କହୁଛି।।
ଲକ୍ଷ୍ମୀଙ୍କୁ ସ୍ମରଣ କରୁଛି
କରୁଣା କର ମା’ କହୁଛି।।
ଭକ୍ତି ନୈବେଦ୍ଯ ଢ଼ାଳୁଛି
ଦୁଇ ହାତ ଯୋଡି ମାଗୁଛି।।
ମମତା ସାହୁ
ଗାଇଗାଁ,କଳାହାଣ୍ଡି