Sahitya Jibana

Portal on odia literature

ଗୁରୁ – ଜ୍ୟୋତି ପଧାନ

1 min read

ଗୁରୁଙ୍କର ସମ ମେଦିନୀରେ ନାହିଁ
ସେ ସ୍ଵୟଂ ପରଂବ୍ରହ୍ମଙ୍କର ସରି ।
କ୍ରୋଧ, ଇର୍ଷା, ଅଭିମାନକୁ ଭୁଲାଇ
ମନୋଜ୍ଞରେ ଜ୍ଞାନ ପ୍ରସାରଣ କରଇ।।
ଗୁରୁଙ୍କ ବଚନ ପୀୟୂଷ ଠାରୁ ବଳି
ଅଜ୍ଞ ହୁଏ ବିଜ୍ଞ ଏହାକୁ ଶୁଣି ।।
ବୁଦ୍ଧି, ବିଦ୍ୟା, ଜ୍ଞାନ କରେ ବିତରଣ
ସେ ଲାଗି ସର୍ବଜନ ମଧ୍ୟେ ସେ ପ୍ରଧାନ ।।
ବୈଜ୍ଞାନିକ କେତେଯେ ହୋଇଛନ୍ତି ଦାର୍ଶନିକ
ସମସ୍ତଙ୍କ ସ୍ରଷ୍ଟା ଅଟନ୍ତି ଶିକ୍ଷକ।।
ଡେଣା ବିହୁନେ ପକ୍ଷୀର ଯଥା ଅବସ୍ଥା
ଗୁରୁ ବିନା ଶିଷ୍ୟ ତଥା ଦୁର୍ଦ୍ଦଶା ।।
ଗୁରୁ ଯେ ଅଟଇ ପଥ ପ୍ରଦର୍ଶକ
ତାଙ୍କ ବିନା ସବୁ ହେବ ନିରର୍ଥକ।।
ଗୁରୁଙ୍କ ବଚନିକା ଯିଏ ମାନିଛି
ଜଗତଜନକୁ ଜିଣି ସେ ପାରିଛି ।।
ବ୍ରହ୍ମା ଯେ ବିଷ୍ଣୁ ଦେବ ମହେଶ୍ୱର
ତାଙ୍କରି ଅନ୍ତରେ ରହନ୍ତି ନିରନ୍ତର ।।
ଚାଲୁଛି ଆପଣେଇ ତାଙ୍କରି ପଥ
ଗୁରୁ ହେ ତୁମ୍ଭଠାରେ କୋଟି ଦଣ୍ଡବତ ।।

ଜ୍ୟୋତି ପଧାନ
କେଉଁଟିପାଲି, ବିଜେପୁର
ବରଗଡ

Leave a Reply

Copyright © Sahitya Jibana | Newsphere by AF themes.
Open chat
Hello
How can you help we?