ଗଲାଣି ବଦଳି – ଶ୍ରୀ ସୁଦାମ ଦଳବରା
1 min read
ଶୀତ ୠତୁରେ ହେଉନାହିଁ ଶୀତ
ଗଲାଣି ସବୁ ୠତୁ ବଦଳି
ଶରତ ଋତୁରେ ହୁଏ ବନ୍ୟା ବାତ୍ୟା
ଓଲଟା ବୁଲୁଛି ଚକରି ।।
ଶୁଭୁ ନାହିଁ ଆଉ ଭାଗବତ ବାଣୀ
ନାହିଁ ଆଉ ସେହି ଟୁଙ୍ଗୀଘର
ଘରେ ଘରେ ଆଜି ଟେଲିଭିଜନ ଯେ
ବୃଦ୍ଧା ଦେଖୁଅଛି ଚିତ୍ରାହାର ।।
ନାହିଁ ଆଉ ସେହି ଭାଇଚାରା ଭାବ
ଭୁଲି ଗଲେଣି ତ୍ ସ୍ନେହ ସମ୍ପର୍କ
ନିଜ ପଡୋଶୀଙ୍କୁ ନଚିହ୍ନତି ନିଜେ
ଆସିବ କେଉଁଠି ଭାତୃ ଭାବ ।।
ନୂଆଁ ବୋହୂ ଆଉ ଓଢଣା ଦିଏନି
କହେ ସଭିଙ୍କୁ ହେଲୋ..ହାଏ
ଓଳିକି ପ୍ରଣାମ କେଉଁଆଡ଼େ ଗଲା
ଏବେ କହୁଛନ୍ତି ସବୁ ବାଏ ବାଏ ।।
ଭିକାରୀ ନିଏନି ଟଙ୍କାଏ କଇନି
କରେ ଦଶ ଟଙ୍କା ଦାବି
ରାହଜାନି କରି ଆଦାୟ କରେ ସେ
ଭୁଲି ତା ବିବେକ ବୁଦ୍ଧି ।।
କେଉଁଆଡ଼େ ଗଲା ସେ ଯାନୀ ଯାତରା
ସବୁ ବୁଡିଗଲା ପରମ୍ପରା
ଆଧୁନିକ ନୃତ୍ୟ ଉଲଗ୍ନ ମେଲୋଡି
ପାଲଟିଛି ଏବେ ନୂଆଁ ଧାରା ।।
ପୂଜା ମଣ୍ଡପରେ ନାହିଁ ଭକ୍ତିଭାବ
କିନ୍ତୁ କରନ୍ତି ତ ପୂଜା ପରବ
ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ
ଦେଖନ୍ତି ଭକତି ଭାବ ।।
ଶିକ୍ଷା ଅନୁଷ୍ଠାନେ ବେପାର ଚାଲିଛି
ଆଜି ବିକ୍ରି ହେଉଅଛି ଶିକ୍ଷା
ଗୁରୁ ପ୍ରତି କାହିଁ ଭକ୍ତି ଆସିବ
ସବୁ ଟଙ୍କା ପଇସାର କଥା ।।
ଡାକବାଲା ଆଉ ଡାକ ଦେଉନାହିଁ
ଚିଠି ଚିଠି ଡାକ ରଡି
ସ୍ମାର୍ଟ ଫୋନ ମୋବାଇଲି ଏବେ
ରାବଇ ଘଡି କି ଘଡି ।।
ମନ୍ଦିରରେ ଆଉ ବାଜୁନି ମୃଦୁଙ୍ଗ
ଇଲେଟ୍ରି ବାଜାରେ ଚଳୁଛି
ଚନ୍ଦନ କସ୍ତୁରୀ କେଉଁଆଡ଼େ ଗଲା
ଶୁଖିଲା ବେଲ କାଠ ପଡିଛି ।।
କାର୍ତ୍ତିକ ମାସ ଯେ ଧରମ ମାସ
ଏଠି ନିତି ଖାସି କଟା ହେଉଛି
ଧର୍ମ କର୍ମ ସବୁ ଚୁଲିକି ଗଲାଣି
କର୍ପୂର ଗଲାଣି ଖାଲି କନା ପଡିରହିଛି ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ