Sahitya Jibana

Portal on odia literature

ବାଲ୍ଯକାଳୁ ଧର୍ମ ଧନ ମୁଁ ସଞ୍ଚିବି – ସୁକାନ୍ତ ଖଣ୍ଡା

1 min read
ଆଈ ବସିଥିଲେ ପିଣ୍ଡାରେ
ଭାତ ପେଲୁଥିଲେ ଗୁଣ୍ଡାରେ
ପାକୁଆ ପାଟିକି ବିରିଡାଲି ଆହା
ଗଳି ଯାଉଥିଲା ତୁଣ୍ଡରେ।୧
ଖାଉଛି ନାତିଟି ପାଖରେ
ଖାଦ୍ଯ ଯାଉନି ତା ତଣ୍ଟିରେ
କରମ ଧରମ କରୁନାହିଁ ବୋଲି
ଆଈଙ୍କର ଲୁହ ଆଖିରେ।୨
ଆଈ ବୁଝାଇଲେ ନାତିକି
ଖାଉଛୁ କିଆଁରେ ଏତିକି
ଭଲ ଖାଦ୍ଯ ଯଦି ଖାଇବାର ଅଛି
ଧରମ କରମ ଦେଖିକି।୩
ନାତି ପଚାରିଲା ଆଈକି
ଧରମ ଗୋଟିଏ କ’ଣ କି
ସବୁଦିନ କିନ୍ତୁ ଏହିକଥା କହୁ
ଶୁଣିଲେ କରିବି ଆଜିକି?୪
କଅଁଳେଇ କରି ଆଈଟି
କହିଲେ ଶୁଣ ମୋ ନାତିଟି
ଧରମ ସହିତ କରମ କରିଲେ
ପୂଣ୍ଯ ଅରଜିବୁ ନିଶ୍ଚେଟି।୫
କିଏ ଜାଣେ ଆଜି ଆସିବ
ମୁରୁତୁ କିଆଁ ନ ଭେଟିବ
କଲା କରମ ତ ଫଳିବରେ ନାତି
ଏହା କି ଅନ୍ଯଥା ହୋଇବ?୬
ସୁକରମ ପାଇଁ ସୁଫଳ
କୁକର୍ମେ ନାହିଁ ଥଳକୁଳ
ଭେଳା ବୁଡି଼ଯିବ ନରକ ଯନ୍ତ୍ରଣା
ପରପାରିରେ ତ କଲବଲ।୭
ଶୁଣିକି ନାତିଟି ବୁଝିଗଲା
କରମ କରିବ ଆଜି ଭଲା
ଶପଥ କରିଲା ଧରମ ଅର୍ଜିବ
ଆଈଙ୍କର ଆଜି ଚେଲା ହେଲା।୮
ଆଈଙ୍କ ଆଖିରେ କି ଆନନ୍ଦ
ପ୍ରାର୍ଥନା କରିଲେ ହେ ଗୋବିନ୍ଦ
ନାତିର କରମେ ଶୁଭଫଳ ଦେବ
ହୃଦୟେ କପଟ ନୁହେଁ ଛନ୍ଦ।୯
ବାଲ୍ଯକାଳୁ ଆଜି ନାତି ତାର
ଧରମ ସଞ୍ଚିଲା ଭବିଷ୍ଯର
ପରପାରି ଯାଇ ଈଶ୍ବରଙ୍କ ସଙ୍ଗେ
ଖେଳିବ ନିଶ୍ଚୟ ସନ୍ତୋଷର।୧୦
***

ସୁକାନ୍ତ ଖଣ୍ଡା
ଶିକ୍ଷକ ,ଟାଙ୍ଗରତଳି ମଣତା ,ଘଟଗାଁ ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?