କେମିତି ହସିବି କହ ଲୋ – ଯୁଧିଷ୍ଠିର ମାଝି
1 min read
କରିଥିଲି କେତେ ଯେ ପୁଣ୍ୟ
ଲୋ ଫୁଲ ବଉଳ ବେଣୀ
ଦେଇଥିଲି ଝିଅ ଜନମ
ଲୋ ଫୁଲ ବଉଳ ବେଣୀ
କରିଥିଲି କେତେ ଯେ ଆଶା
ହେବ ଦିନେ ଜଗତ ଜିତା ଲୋ ଫୁଲ ବଉଳ ବେଣୀ
ସବୁ ହେଲା ସ୍ବପ୍ନ ପରାୟେ
ଲୁଚି ଲୁଚି ଲୁହ ଝରାଏ ଲୋ ଫୁଲ ବଉଳ ବେଣୀ
ସ୍ବାଧିନ ତ ଦେଶ ଆମର
ଲୋ ଫୁଲ ବଉଳ ବେଣୀ
ତଥାପି ଲାଗେ ଭାରି ଡର
ଲୋ ଫୁଲ ବଉଳ ବେଣୀ
ଝିଅ ଗଲେ ଘରୁ ପଦାକୁ
ମନେ ମନେ କହେ ନିଜକୁ ଲୋ ଫୁଲ ବଉଳ ବେଣୀ
ଫେରୁ ଆସୁ ସିଏ ଭଲରେ
ପ୍ରାଣ ମୋର ସିଏ ସତରେ ଲୋ ଫୁଲ ବଉଳ ବେଣୀ
ଆଜିକାଲି ଯୁଗ ଯେମିତି
ଲୋ ଫୁଲ ବଉଳ ବେଣୀ
ମଣିଷ ରାକ୍ଷସ ସାଜିଛି
ଲୋ ଫୁଲ ବଉଳ ବେଣୀ
ଝିଅ ହେଲା ଆଜି ଶିକ୍ଷିତା
ଦେଶକୁ କଲା ବିକାଶିତା ଲୋ ଫୁଲ ବଉଳ ବେଣୀ
ଝିଅ ତୋ ଜଗତେ ଦୁହିତା
ହୃଦେ ଭରା ସ୍ନେହ ମମତା ଲୋ ଫୁଲ ବଉଳ ବେଣୀ
ନାରୀ ଆଜି ଅତ୍ୟାଚାର
ଶୁଖୁ ନାହିଁ ଲୁହ ଧାର
ଶିକ୍ଷିତ ମାନବ ଆଜି
ଭବ କରେ ଅନ୍ଧକାର
ମୁଁ କେମିତି ହସିବି କହ ଲୋ ଫୁଲ ବଉଳ ବେଣୀ
ସତତ କାନ୍ଦୁଛି ହୃଦୟ ଲୋ ଫୁଲ ବଉଳ ବେଣୀ
ଯୁଧିଷ୍ଠିର ମାଝି, ଡାଳଗୁମା, ଭବାନୀପାଟଣା,
judhisthirmajhi7249@gmail.com