ଆଜି ଯେ କୁମାର ପୂର୍ଣ୍ଣିମା – ଶ୍ରୀ ସୁଦାମ ଦଳବରା
1 min read
ଆଜି ଯେ କୁମାର ପୂର୍ଣ୍ଣିମା
ଗାଁ ରୁ ସହର ଉତ୍ସବ ମୁଖର
ମନ ମଧ୍ୟରେ ଉତ୍ସାହର ଭାବ
ଭରି ଅଛି କେତେ ଉର୍ଦିପର୍ଣ୍ଣl ।
ଘରେ ଘରେ ଜମେ ପିଠାପଣା
ଉଲ୍ଲାସ ଚିତ୍ତରେ ମନ ଆନନ୍ଦରେ
ପିନ୍ଧନ୍ତି ସଭିଏଁ ନୂଆଁ ଜାମା
ଆଜି ଯେ କୁମାର ପୂର୍ଣ୍ଣିମା ।
ମାତା ଗଜଲକ୍ଷ୍ମୀ ଆବାହନ
ମନରେ କେତେ ଭାବ ଜାଣ
ଶସ୍ୟ ଶ୍ୟାମଳାରେ ଭରିଛି ପୃଥିବୀ
ମାତା ହୋଇଛନ୍ତି ଆଗମନ ।
ଗାଁ କୁମାରୀଙ୍କ ହୁଏ ମେଳନ
ଜହ୍ନି ଓଷା ପୂଜା କରନ୍ତି ଜାଣ
ଜହ୍ନି ଫୁଲ ଦେଇ ପୂଜା କରନ୍ତି
ମନରେ ଭକତି ସେ ରଖିଥାନ୍ତି ।
କୁମାର ପୂର୍ଣ୍ଣିମା ଉଜ୍ଜ୍ୱଳ ଜହ୍ନ
ଯୁବକ/ଯୁବତୀଙ୍କ ମନ ଉଛନ୍ନ
କରିଥାନ୍ତି ସିଏ କେତେ ଯେ ଆଶା
ଜୁଆ ଖେଳ ତାଙ୍କ ହୁଆଇ ନିଶା ।
ବୋହୂ ଝିଅ ମାନେ ବ୍ରତ ରଖନ୍ତି
ଜହ୍ନକୁ ସଭିଏଁ ଲିଆ ଫିଙ୍ଗନ୍ତି
ଶୁଭ ମାନସନ୍ତି ପରିବାରର
ଖୁସିରେ କରନ୍ତି ଘର ସଂସାର ।
କୁମାର ପୂର୍ଣ୍ଣିମା ଖୁସିରେ କଟେ
ତାପରେ କାର୍ତ୍ତିକ ବ୍ରତ ଯେ ଆସେ
କାର୍ତ୍ତିକ ମାସ ଯେ ଧର୍ମର ମାସ
ସଭିଏଁ କରନ୍ତି ହବିଷ ବ୍ରତ ।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ