ଜୟ ମା ଶାରଳା – ଜାହ୍ନବୀ ତ୍ରିପାଠୀ
1 min read
ଜୟ ମା ଶାରଳା ଅଭୟଦାୟିନୀ
ମହାମୂର୍ତ୍ତୀ ନାରୀଶକ୍ତି,
ବାକ୍ ବାଦିନୀ ଦେବୀ ମା ସରସ୍ୱତୀ
ଦୟାବହି ଘେନ ପ୍ରଣତୀ।
ତୁମରି ଆଦେଶେ ଜନମିଲି ମୁହିଁ
ତୋ ଚରଣ ତଳେ ଶରଣ,
ଭକ୍ତି,ମୁକ୍ତି,ଶକ୍ତି ସବୁ ତୁ ମୋହର
ତୋ ଚରଣେ କୋଟି ପ୍ରଣାମ।
ତୋ ନାମ ସ୍ମରଣେ କର୍ମ ଆରମ୍ଭିଲେ
ନିଶ୍ଚୟ ହୋଇବ ସମ୍ପୂର୍ଣ୍ଣ,
ସ୍ନେହମୟୀ ସ୍ନେହେ ସଂସାର ବାନ୍ଧିଚୁ
ତୋ ବିନା ସବୁ ଅସମ୍ପୂର୍ଣ୍ଣ।
ତ୍ରିଶକ୍ତିର ଦେବୀ ଅଟୁ ତୁ ମାତା
କେହିନାହିଁ ତୋ ପରି,
ଅଧା ଜୀବନ ମୋ ସରିଗଲା ମା
ତୁମରି ନାମକୁ ଧରି।
ପାପୀ,ତପି ତୋର ମନେ ନାହିଁ ବାଛ
ମା ସ୍ନେହରେ ପାଳୁଚୁ,
କ୍ଷମାମୟୀ,କ୍ଷମାକରି ସବୁ ଦୋଷ
ପାଖକୁ ଟାଣି ନେଉଚୁ।
ତୋ ହାତ ଧରିଲେ ଛଡାଇବୁ କାଳେ
ତୁହି ମୋ ହାତକୁ ଧରିବୁ,
ତୁ ହାତ ଧରିଲେ ସାର୍ଥକ ଜୀବନ
ସାଥେ ଭବପାରି କରିବୁ।
ଶୁଖିଲା ସମୁଦ୍ରେଚାଲିବ ମୋ ନାବ
ଡରଭୟ ଶୂନ୍ୟ ହୋଇବି,
ତୋ ପରି ନାବିକ ଯେଉଁଆଡେ ନେବ
ବାକ୍ ଶୂନ୍ୟ ହୋଇ ମୁଁ ଚାଲିବି।
ହୃଦୟରେ ତୁମେ ବସିଅଛ ମାଆ
ତୁମପରି କେହି ନୋହିବେ,
ଯୁଆଡେ ଚାହୁଁଚି ସିଆଡେ ତୁ ଅଛୁ
କ୍ଷମାକରି ଆଶିଷ ଦେବେ।
ଜାହ୍ନବୀ ତ୍ରିପାଠୀ, ଷଠିଲୋ,ଖୋର୍ଦ୍ଧା