Sahitya Jibana

Portal on odia literature

ଜୟ ମାଁ ମାଣିକେଶ୍ୱରୀ – ନିକୁଞ୍ଜ କୁମାର ଘୋଷ 

1 min read

 

ଜଗତ କଲ୍ୟାଣ କରୁଛି କରିବ
ଜୟ ମାଁ ମାଣିକେଶ୍ୱରୀ
ଦୁଃଖ ନେଇ ଦିଅ ଦୁଃଖୀ ମୁଖେ ହସ
ସବୁ ଦୟା ଯେ ତୁମରି ।।

ଭବାନୀପାଟଣା ମନ୍ଦିର ତୁମ୍ଭରି
ସାଥେ ପାର୍ଶ୍ବ ଦେବାଦେବୀ
ପ୍ରବେଶ ଦୁଆର ଦକ୍ଷିଣ ଦିଗରେ
ବୁଢା ରଜା ଥାନ୍ତି ବସି ।।

ବରଷକେ ଥରେ ମହାଅଷ୍ଟମୀରେ
ବୁଢା ରଜା ମନ୍ଦିର ଖୋଲା
ମାଁ ମାଣିକେଶ୍ୱରୀ ଆସନ୍ତି ଯେ ଧାଇଁ
ଦେଖିବାକୁ ତାଙ୍କୁ ଭୋଲା ।।

ତାଙ୍କୁ ଦେଖି କରି ଯାନ୍ତି ଜେନାଖାଲ
ଫେରନ୍ତି ନବମୀ ଦିନ
ମନ୍ଦିରେ ଭକ୍ତଙ୍କୁ ଦରଶନ ଦେଇ
ପୂରାନ୍ତି ସଭିଙ୍କ ମନ ।।

ଘଣ୍ଟ ହୁଳ ହୁଳି ସାଥେ ଯାଉଥାନ୍ତି
ଆସ୍ଥାନ ମଣ୍ଡପ ଆଡ
ଏ ଛତର୍ ଯାତ୍ରା ଦେଖିବା ପାଇଁ କି
ଭକତଙ୍କ ଲାଗେ ଭିଡ ।।
======0======
ନିକୁଞ୍ଜ କୁମାର ଘୋଷ 
ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର, ଜିଲ୍ଲା-ବାଲେଶ୍ବର, ଓଡିଶା ।ପିନ୍-756032 ,ମୋ-8144851045 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?