Sahitya Jibana

Portal on odia literature

ଏ କି ପାର୍ବଣ – ଶ୍ରୀ ସୁଦାମ ଦଳବରା

1 min read

 

ଆସିଛି ପାର୍ବଣ ଦଶହରା ପୂଜା
ବିଜେ ହୋଇଛନ୍ତି ମାଆ
ପୁର ପଲ୍ଲୀ ଆଜି ଉତ୍ସବ ମୁଖର
ଶୁଭେ ଜୟ ଜୟ ରାହା ।।

ହୋଇଅଛି ଆଜି କେତେ ସାଜସଜା
ମାତା ଶ୍ରୀଦୁର୍ଗା ଆସିଛନ୍ତି ବୋଲି
ଭକ୍ତ ହେଉଅଛି କେତେ ଯେ ପାଗଳ
ଟିକେ ଦର୍ଶନ ଲଭିବ ବୋଲି ।।

ଭକ୍ତଙ୍କୁ ବାରଣ ପୂଜା ମଣ୍ଡପ ଯେ
ଏତ କାହା ପାଇଁ ସାଜସଜା
ଭକ୍ତ ଡାକୁଅଛି ମାଆଙ୍କୁ ଯେ ପୁଣି
ମାଆ ଖୋଜେ ଭକ୍ତ ପୂଜା ।।

ବିନା ଭକତରେ ଚାଲିଅଛି ପୂଜା
ଭକ୍ତଙ୍କୁ ବାରଣ କରି
ମାଆଙ୍କୁ ଟିକିଏ କରିବାକୁ ଦେଖା
ଭକ୍ତ କାନ୍ଦୁଅଛି ରାହା ଧରି ।।

ସବୁଠି ଶୁଭୁଛି ମା ମାଆ ଡାକ
ମାଆ ସୁବୁଠାରେ ବିଜେ ଆଜି
ବରଷକୁ ଥରେ ଆସନ୍ତି ଓହ୍ଲାଇ
ଭକ୍ତଙ୍କର ସ୍ନେହ ପାଇ ।।

ମାତା ଓ ପୁତ୍ରର ବିନା ମିଳନରେ
ଏହି ପୂଜାର ତ ମାନେ ନାହିଁ
ବିନା ଭକତରେ ଯେତେ ଯାହା କଲେ
ମହତ୍ଵ ରହିବ କାହିଁ ।।

ପୁଣି ଆର ବରଷକୁ ଆସିବୁ ଲୋ ମା
ଭକ୍ତଙ୍କୁ ରଖିବୁନି କଟକଣା
ଯେଉଁଠି ବି ଥିଲେ ତୋର ଆଶ୍ରିପାଦେ
କରିଥିବୁ ତୋର ଦୟା ।।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?