Sahitya Jibana

Portal on odia literature

ଆସିଛୁ ମର୍ତ୍ତ୍ୟକୁ ଭକ୍ତଙ୍କ ପାଖକୁ – ଶ୍ରୀ ସୁଦାମ ଦଳବରା

1 min read

 

ମାଆ.. ମୋ ମାଆ.. ହେ ମାଆ.. ଦୁର୍ଗା ମାଆ
ଆସିଛୁ ମର୍ତ୍ତ୍ୟକୁ ଭକ୍ତଙ୍କ ପାଖକୁ…
ଗୁହାରୀ ଶୁଣିବା ପାଇଁ…
ହେ.. ମାଆ ଗୁହାରୀ ଶୁଣିବା ପାଇଁ ।

ଭକ୍ତ ସୁଖ ଦୁଃଖ ବୁଝିବା ପାଇଁ ମାଆ ..
ଭକ୍ତ ସୁଖ ଦୁଃଖ ବୁଝିବା ପାଇଁ ମାଆ
ଆତୁରେ ଆସିଛୁ ଧାଇଁ ମାଆ
ଆତୁରେ ଆସିଛୁ ଧାଇଁ..।

ବରଷକୁ ଥରେ ଆସୁ ଏ ମର୍ତ୍ତ୍ୟକୁ
ଶତ୍ରୁର ସଂହାର ପାଇଁ
ତୋ ଭକ୍ତର ପଥେ କଟା ଯେ ହୋଇବ
ନାଶ କରୁ ତାକୁ ତୁହିଁ ମାଆ
ନାଶ କରୁ ତାକୁ ତୁହିଁ ..।

ତୋ ସନ୍ତାନର ମାନ ତାହାର ସମ୍ମାନ
ତୁ ସବୁବେଳେ ଚାହୁଁ
ବିପତ୍ତି ବେଳରେ ତୋ ଆଶ୍ରିବାଦ
ସଦା ରଖିଥାଉ ତୁହିଁ ମାଆ
ସଦା ରଖିଥାଉ ତୁହିଁ ।

ଭକ୍ତର ସୁରକ୍ଷା
ତା ଜୀବନର ରକ୍ଷା
କେତେ କରିଥାଉ ତୁ ଚିନ୍ତା..ମାଆ
କରିଥାଉ କେତେ ଚିନ୍ତା ।

ସୁରକ୍ଷା ଦାୟୀନି ଶକ୍ତି ପ୍ରଦାୟିନୀ
ଅଭୟ ଦାୟୀନି ମାଆ ପରା ତୁହିଁ
ତୋ ଠାରେ କେତେ ଭରଷା ମାଆ
ତୋ ଠାରେ ସବୁତ ଆଶା ମାଆ

ତୁ କରିଥାଉ ସନ୍ତାନର ଚିନ୍ତା
ତୋ ସ୍ନେହ ପ୍ରେମେ ବାନ୍ଧି ଦେଉ
ତୋ ମମତା ଅଟେ କରୁଣା ଭଣ୍ଡାର
କରିଥାଉ ତୁହିଁ ସଭିଙ୍କୁ ନିଜର ମାଆ
କରିଥାଉ ତୁହିଁ ସଭିଙ୍କୁ ନିଜର..।

ତୋ ପାଦ ତଳେ ଯିଏ ନିଅଇ ଶରଣ
କରିଥାଉ ତୁହିଁ କରୁଣା ବର୍ଷଣ
ଦୁଃଖ ହରି ଯେତେ ସୁଖ ଭରିଦେଉ
ତୋହର ମହିମା ଜାଣ..ମାଆ
ତୋହର ମହିମା ଜାଣ ।

ଏ ବିପତ୍ତି ବେଳରେ ଦୟା କର ମାଆ
ଦୁଃଖକୁ କର ହରଣ
ମୋ ଚିତ୍ତ ରହିଥାଉ ପାଦ ତଳେ ତୋର
ତୋତେ ଲାଗିଲା ମୋର ଏ ଜୀବନ ମାଆ
ତୋତେ ଲାଗିଲା ମୋର ଜୀବନ..
ମାଆ.. ମୋ ମାଆ ..ହେ..ମାଆ
ତୋତେ ଲାଗିଲା ମୋର ଜୀବନ ।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?