Sahitya Jibana

Portal on odia literature

ଦୁର୍ଗା କାତ୍ୟାୟନୀ – ମମତା ସାହୁ, କଳାହାଣ୍ଡି

1 min read

ଦୁର୍ଗା କାତ୍ୟାୟନୀ ତୁହି ଗୋ ଜନନୀ
ଆସିଛୁ ମର୍ତ୍ତେ ଓହ୍ଲାଇ
ଶରତ ହସୁଛି ଧରା ଧାମେ ସତେ
କାଶତଣ୍ଡୀ ଫୁଲ ନେଇ।।
ଦୁଃଖିଙ୍କର ଦୁଃଖ ପାପିଙ୍କର ପାପି
ହରିବୁ ତୁ ଦୟମୟୀ
ଅନ୍ଧାର ପଥରେ ତୁହିତ ଆଲୋକ
ତୋ ବିନା ଯେ ଶାନ୍ତି କାହିଁ।।
ସତ୍ୟ ଯୁଗେ ମାତା ମହିଷା ନାଶିଲୁ
ବିକରାଳି ରୁପ ନେଇ
ଧରଣୀ ବକ୍ଷରେ ସହସ୍ର ନାମ ତୋ
ଜଗତ କଲ୍ୟାଣୀ ତୁହି।।
ମସ୍ତକେ ସିନ୍ଦୁର ନୟନେ କଜ୍ଜଳ
ରଙ୍ଗ ବସନ ଶୋଭଇ
ରକ୍ତ ମନ୍ଦାରରେ ଲମ୍ବିଥାଏ ମାଳ
ସୁନ୍ଦର ତୁ ମହାମୟୀ।।
ସିଂହର ପିଠିରେ ବିଜେ କରି ମାତା
ଧରା ଉଶ୍ଵାଶିଲୁ ତୁହି
ସତ୍ୟ ସନାତନୀ ଦେବୀ ନାରାୟଣୀ
କୃପାବିନୁ ମୁକ୍ତି ନାହିଁ।।
ଖର୍ପର ଧାରିଣୀ ତ୍ରିପୁର ମୋହିନୀ
ଦୁର୍ଗତି ଫେଡ ମା’ ତୁହି
ପାଦ ତଳେ ମା’ ଗୋ ଦିଅ ସଦଗତି
ତୋ ପାଦେ ଆସରା ମୁହିଁ।।

ମମତା ସାହୁ,
ଗାଇଗାଁ,କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?