Sahitya Jibana

Portal on odia literature

ଆହେ ଗୋପବନ୍ଧୁ –  ଶ୍ରୀ ସୁଦାମ ଦଳବରା

1 min read

 

ଆହେ ଗୋପବନ୍ଧୁ ଦିନଜନ ବନ୍ଧୁ
ଗରିବର ସାଥି ତୁମେ
ତୁମ ଜନ୍ମ ଦିନେ ମନେ ପକାଉଛୁ
ଓଡିଶା ବାସୀ ତ ଆମ୍ଭେ ।।

ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇ ହେ
ଓଡ଼ିଶାର ହେଲ ଖ୍ୟାତି
ପିତା ଦୈତାରୀ ମାତା ସ୍ଵର୍ଣ୍ଣମୟୀ
ନାମକୁ ରଖିଲ ଟେକି ।।

ଓଡ଼ିଆ ଜାତିର ଉନ୍ନତି ପାଇଁ ହେ
କରିଅଛ କେତେ କାମ
ତେଣୁ ଓଡ଼ିଆଙ୍କ ହୃଦୟ ମଧ୍ୟରେ
ତୁମେ ରହିଅଛ ଜାଣ ।।

ଦେଶ ସ୍ୱାଧୀନତା ଆଣିବା ପାଇଁ ହେ
କେତେ ଯାଇଥିଲ କାରାବାସ
ସମାଜ ସେବାରେ ନିଜକୁ ମଜେଇ
ରଖିଗଲ କେତେ ଯଶ ।।

ଓଡ଼ିଶାର ଶିକ୍ଷା ବିକାଶ ପାଇଁ ହେ
ଗଢିଥିଲ ସତ୍ୟବାଦୀ
ଓଡ଼ିଆ ଭାଷାର ବିକାଶ ପାଇଁ ହେ
ଲେଖିଲ କବିତା ଆଦି ।।

ସମାଜ ସେବା କାର୍ଯ୍ୟକୁ ମୂଖ୍ୟ ବ୍ରତ କରି
ନିଜ ପରିବାରକୁ ପଛାଇ ଦେଲ
କୋଟି ଓଡ଼ିଆଙ୍କ ହୃଦୟ ଜିଣି ହେ
ଉତ୍କଳମଣୀ ହୋଇଲ ।।

ତୁମର ସୃଷ୍ଟିର କାଳଜୟୀ ଲେଖାରେ
ରହିଅଛି ମର୍ମବାଣୀ
କୋଟି ଜନତାଙ୍କ ହୃଦୟ ତରଳେ
ତୁମ ଲେଖା ପଢା ଶୁଣି ।।

ତୁମରି କୃତିର ଖବର ସମାଜ
ଦେଉଛି ଅନେକ ବାର୍ତ୍ତା
ସାରା ଓଡ଼ିଶାରେ ଚଳହ ପକାଇ
କହୁଛି ଅନେକ କଥା ।।

ଚିର ନମସ୍ୟ ହେ ଜନ୍ମ ଜୟନ୍ତୀରେ
କରୁଛୁ କୋଟି ପ୍ରଣାମ
ନିଜ କର୍ମ ପାଇଁ ଜାତି ଇତିହାସେ
ରଖିଗଲ ତୁମେ ନାମ ।।

 ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?