Sahitya Jibana

Portal on odia literature

ବାଜି ରାଉତ – ଶ୍ରୀ ସୁଦାମ ଦଳବରା

1 min read

 

ବାର ବରଷର ଏଡିକି ସେ ପିଲା
ନିଜ ଦେଶ ପାଇଁ ବଳିଦାନ ଦେଲା
ନିଜ ନାମକୁ ସେ ନିଜେ ଅମର କଲା
ଦେଶ ପାଇଁ ସର୍ବ କନିଷ୍ଠ ସହିଦ୍ ହେଲା ।।

ଇଂରେଜଙ୍କ ଧନ ସମ୍ପତ୍ତିର ଲୋଭ
ମୋହ ନକରିଲା ନିଜ ପାଇଁ ଆଗ
ଭାବିଲା ସେ ଦେଶ ସେବା କରିବ
ଇଂରେଜ ମାନଙ୍କୁ ଗ୍ରାମେ ପସାଇ ନଦେବ ।।

ବୁଝିଲା ସେ ନିଜ ଦାୟିତ୍ୱର ଭାବ
ମାଟି ମାଆ ପାଇଁ କଣ କରିବାକୁ ହେବ
ସାଲିସି ନକରି ଇଂରେଜଙ୍କ ସାଥେ
ଗୁଳି ଯେ ଖାଇଲା ଇଂରେଜ ହାତେ ।।

ନିଜ ଜୀବନକୁ ସେ ଲୋଭ ନକଲା
ଦେଶ ମାତୃକାର ଭକ୍ତ ହୋଇଲା
ବାଜିରେ ଲଗାଇ ନିଜ ଜୀବନ
ଦେଶର ସହିଦି ହୋଇଲା ଜାଣ ।।

ନିଜ ପଣରେ ସେ ହେଲା ଅଟଳ
ଖାଇଲା ଇଂରେଜ ଗୁଳିର ମାଡ଼
ଜୀବନର ଦୀପ ତାର ଲିଭିଲା
କାଳ କାଳକୁ ସେ ନାମ ରଖିଲା ।।

କରୁଅଛି ଦେଶ ତାକୁ ସାଲାମ
ତା ଜନ୍ମ ଦିବସେ ଶତ ପ୍ରଣାମ
ଢେଙ୍କାନାଳ ଆଜି ହୋଇଛି ଧନ୍ୟ
ଓଡ଼ିଆ ମାଟିର ସେ ମହାନ୍ ।।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?