କୁଆଁରୀ ମନ – ରୀକ୍ଷିରାମ ମେହେର
1 min read
ପ୍ରୀତିର ବନ୍ୟାରେ ଖର ସ୍ରୋତା ହୋଇ
ପ୍ରେମରେ ଯାଉଛି ବୋହି,
ଜାଣି ପାରେ ନାହିଁ ଠିକଣା କୋଉଠି
କାହାର ହୋଇବି ମୁହିଁ।।1।
ମନରେ ଜଳୁଛି କୌତୁହଳ ନିଆଁ
ମାନସୀ ହୋଇବା ପାଇଁ,
ଅସରନ୍ତି ତୃଷ୍ଣା ସାଥି ଖୋଜିବୁଲେ
ଯୌବନ ସହରେ ଯାଇ।।2।
ଅଧର୍ଯ୍ୟ ମନର ଅଧିର ଯୌବନ
ତୃପ୍ତ ହେବ ସାଥି ପାଇ,
ପାଇଗଲେ ସାଥି ସମର୍ପିଣ ଦେବି
ଅଙ୍ଗର ଜ୍ୱାଳାକୁ ନେଇ।।3।
ଅବ୍ୟକ୍ତ କୋହର ପ୍ରେମ ଯନ୍ତ୍ରଣା ମୋ
ନିତିଦିନ ଜାଲୁ ଥାଏ,
କେମିତି ପାଇବି କୋଉଠି ପାଇବି
ଭାବି ଭାବି ଦିନ ଜାଏ।।4।
ବିରହ ବେଦନା ହୃଦୟର କୋହ
ସହି ପାରେ ନାହିଁ ଆଜି
ବୟସର ପଥେ ପ୍ରେମିକ ଖୋଜୁଛି
ସତେକି ପାଇବି ଖୋଜି।।5।
କୁଆଁରୀ ମନରେ ଭାବୁଥାଏ ବେସି।
ପାରେନା କାହାକୁ କହି
ହୃଦୟ ଯନ୍ତ୍ରଣା ହୃଦୟରେ ରଖି
କୋହକୁ ଯାଏ ମୁଁ ସହି।।6।
ରୀକ୍ଷିରାମ ମେହେର, ସାନପୋଡ଼ାଗୁଡା
କୋକସରା,କଳାହାଣ୍ଡି,7735946291