Sahitya Jibana

Portal on odia literature

ଦୁର୍ଗା – ଲିପ୍ସା ନାଥ ମିଶ୍ର

1 min read

ଜଗତ କଲ୍ୟାଣ କରିବୁ ବୋଲି ତୁ
ଆସିଲୁ ଧରାକୁ ଦୁର୍ଗା ହୋଇ।
ଦୁଷ୍ଟ ଙ୍କ ଉତ୍ପାତ ତୁ ସମାପ୍ତ କରିବୁ
ଯୁଦ୍ଧରେ ବିଜୟୀ ହୋଇ।।

ଦଶ ଭୁଜା ମାଁ ଗୋ ତୁହି ତ ଶକ୍ତି ରୁପା
ପ୍ରଜାଙ୍କ କରିବୁ ତୁ ଗୋ ସୁରକ୍ଷା ।
ଜଗତ ଜନନୀ ମାଁ ଶକ୍ତି ସ୍ୱରୂପୀଣି
ଆସୁରିକ ଶକ୍ତି ର ବିନାଶକାରିଣୀ ।।

ସିଂହବାହିନୀ, ଅସ୍ତ୍ର ଶସ୍ତ୍ର ଧାରିଣୀ
ତୋ ରୁପେ ମୋହିତ ହେଲା ଅସୁର ପତି
ନିୟନ୍ତ୍ରଣ ତାର ହରାଇ ବସିଲା
ଯୋଦ୍ଧା ରୂପେ ତୋତେ ଦର୍ଶନ କରିକି ।।

କାଳ ରାତ୍ରି ତୁ ଯେ ମା କାଲିକା
ଅନ୍ତ ରୁ ଆରମ୍ଭ ତୋର ଭୂମିକା l
ଯୁଦ୍ଧରେ ନିପୁଣ ତୁ ମହାଶକ୍ତି
ଦୁଷ୍ଟଙ୍କୁ ଦେଉ ଉଚିତ୍ ଶାସ୍ତି।।

ହିମାଳୟ ରୁ ଜାତ ତୁହି ମା ଶୈଳପୁତ୍ରୀ
ତପସ୍ୟା କରୁ ବୋଲି ବ୍ରହ୍ମଚାରିଣୀ।
ବାଘ ବାହିନୀ ମା ଦଶଭୁଜା ଚନ୍ଦ୍ରଘଣ୍ଟା
ଶକ୍ତିର ସ୍ୱରୂପ କୁଷ୍ମାଣ୍ଡା ପ୍ରତୀକ।।

ସ୍କନ୍ଦମାତା,ପଦ୍ମରେ ବିରାଜୁ ତୁହି
ତୋର କୃପା ବଳେ ଆରୋଗ୍ୟ ପ୍ରାପ୍ତି ହୁଅଇ
କାଥ୍ୟାନ ଆଶ୍ରମରେ ପ୍ରକଟ ହେ ଲୁ
କାଥ୍ୟାୟନି ରୂପେ ପୂଜା ପାଇ ଲୁ।
କାଳରାତ୍ରି ମା ତୋହର ଦର୍ଶନରେ
ଆକାଳ ମୃତ୍ୟୁ ଆଶଙ୍କା ନ ରହିବ କ୍ଷଣେ।।
ମହାଗୌରି ତୁ ଯେ ବୃଷଭ ବାହିନୀ
ଧବଳ ବସ୍ତ୍ର ପରିଧାନ କରଇ।
ଯଶ,ବଳ,ଧନ ପ୍ରାପ୍ତି ବିଶ୍ୱାସେ
ସିଦ୍ଧିଦାତ୍ରୀ ରୂପେ ପୂଜିତ ତୁହି।

ଲିପ୍ସା ନାଥ ମିଶ୍ର
ସମ୍ବଲପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?