Sahitya Jibana

Portal on odia literature

ଚାଷୀ ଫସଲ ନଷ୍ଟ – ସୁକାନ୍ତ ଖଣ୍ଡା

1 min read

ବରଷା ଦିନରେ ବରଷା ହେଲାନି
ବିଲ ରହିଗଲା ପଡି଼ଆ
ଗହୀର ବିଲରେ ଯାହା ଚାଷ ହେଲା
ଘାସ କରିଲାଣି ହାଲିଆ
ନିଲ୍ଲଜ ଚାଷୀଟା ବେହିଆ
କରମ କରୁଛି ଫଳ ଆଶା କରି
ଭବିଷ୍ଯକୁ ଦେଖି ବାଇଆ।୧
ଯାହା ବାକି ଥିଲା ବରଷା ବିତ୍ପାତ
ପବନ ସାଙ୍ଗରେ ଦଳିଲା
ବାତ୍ଯା ପରେ ପୁଣି ଲହଲହ ଜିଭେ
ବନ୍ଯା ତଳିଞ୍ଚଳେ ଘାଇଲା
ଈଶ୍ବର ଇଛା କି ଥିଲା
ଚକଡା଼ ପୋକକୁ ପଙ୍ଗପାଳ ମିଶି
ଚାଷୀଙ୍କୁ କଲେଣି ଝାମେଲା?୨

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ,ଘଟଗାଁ ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?