Sahitya Jibana

Portal on odia literature

ଇଣ୍ଟରନେଟ ଯୁଗ ଆସିଛି – ଯୁଧିଷ୍ଠିର ମାଝି

1 min read

ଇଣ୍ଟରନେଟ୍ ଯୁଗ ଆସିଛି

ମମି ଅଛି ଘରେ
ବାପା ଅଫିସରେ
ଭଉଣୀ ହଷ୍ଟେଲରେ
ଭାଇ ମୁମ୍ବାଇରେ

ଦୂରେ ଦୂରେ ଥାଇ
ଏକତ୍ରିତ ହୋଇ
କଥା ହେବାର ସୁଯୋଗ
Video calling ଦେଇଛି
ଇଣ୍ଟରନେଟ ଯୁଗ ଆସିଛି
ଏ ଜୀବନ ଶୈଳୀ ସହଜ ସରଳ
କରି ଦେଇଛି
ଇଣ୍ଟରନେଟ ଯୁଗ ଆସିଛି

ରାସ୍ତା କଡରେ ଛେଳି ମେଣ୍ଢା ଚରୁଛି
ମେଷ ଜଗୁଆଳୀ ଗଛ ତଳେ ବସିଛି

Smart phone ହାତେ ଧରିଛି
Free Fire ଗେମ୍ ଖେଳୁଛି

ବୁଢାଟିଏ Dj ଗୀତ ବଜାଇ
ହଲି ହଲି ନାଚି ନାଚି
ଖୁସିରେ ବାଟ ଚାଲୁଛି

ଇଣ୍ଟରନେଟ ଯୁଗ ଆସିଛି
ଆଜି ପାଣିପାଗ କେମିତି ରହିବ
ଜାଣି ହେଉଛି
ଇଣ୍ଟରନେଟ ଯୁଗ ଆସିଛି

ବଜାର ଅଛି 12 K.M ଦୂରେ
ଦେଖେ ଅନ୍ ଲାଇନ୍ ରେ
ଯାହା ମନ ପସନ୍ଦ କରେ
ତାହାକୁ ଅର୍ଡର କରେ
ଚାରି ପାଞ୍ଚ ଦିନ ଭିତରେ
ଘର କବାଟ ଠକ ଠକ କରେ

Rupees ବଞ୍ଚୁଛି
Time ବଞ୍ଚୁଛି
Petrol ବଞ୍ଚୁଛି
ମନକୁ ଶାନ୍ତି ମିଳୁଛି

( ହେଲେ କାହିଁକି )

ଇଣ୍ଟରନେଟ ଯୁଗ ଆସିଛି

ଦର୍ଶନୀୟ ସ୍ଥାନ ଗୁଡିକ କୋଉଠି
(ଗୁଗଲ ମେପ୍ସ ) କହି ଦେଉଛି
ଇଣ୍ଟରନେଟ ଯୁଗ ଆସିଛି

ଭାରି ଭାରି ରୋମାଣ୍ଟିକ୍
ଆଜିକାଲି ଟୋକା ଟୋକି
Facebook instagramରେ
ଫ୍ରେଣ୍ଡ ରେକ୍ୟୁଏଷ୍ଟ କରୁଛନ୍ତି

ହେଣ୍ଡସମ୍ ବ୍ୟୁଟିଫୁଲ ଡିପି ଦେଖି

କାହିଁକି ନା, 4G 5G ଜମାନା ଚାଲିଛି
ଇଣ୍ଟରନେଟ ଯୁଗ ଆସିଛି

ସ୍କୁଲ କଲେଜ୍ ବନ୍ଦ୍ ହେଲେବି
ପାଠ ପଢା ଚାଲିଛି
ଇଣ୍ଟରନେଟ ଯୁଗ ଆସିଛି

ମୋବାଇଲ୍ ରିଚାର୍ଜ
ଇଲେକ୍ଟ୍ରି ବିଲ୍ ଭଳି
ଟଙ୍କା ପଇସା ଲେଣ ଦେଣ
କରିବାର ସୁବିଧା ମିଳୁଛି

ଇଣ୍ଟରନେଟ ଯୁଗ ଆସିଛି
ଚିଠି ପତର ବଦଳେ ଆଜି

Whatsapp, Telegram
Messenger, instagram
Facebook, twitter
Email Gmail କମାଲ କରୁଛି

ଇଣ୍ଟରନେଟ ଯୁଗ ଆସିଛି

ରୋଷେଇ କେମିତି କରିବା
ସିଲେଇ କେମିତି କରିବା
ଗୁଗଲ ସବୁ କହି ଦେଉଛି

ମନୋରଞ୍ଜନ ପାଇଁ
ଅଡିଓ, ଭିଡିଓ
ସବୁକିଛି ଯୋଗାଇ ଦେଉଛି

ଇଣ୍ଟରନେଟ ଯୁଗ ଆସିଛି
ଆଜିର ମାନବ ଚନ୍ଦ୍ର ପୃଷ୍ଠ ଯାଇ
ସେଲ୍ଫି ନେଉଛି

ବ୍ୟଙ୍ଗ କବି – ଯୁଧିଷ୍ଠିର ମାଝି
ଡାଳଗୁମା, ଶଗଡା
ଭବାନୀପାଟଣା, କଳାହାଣ୍ଡି
judhisthirmajhi7249@gmail.com
wa.link/dsugsx

Copyright © Sahitya Jibana | Newsphere by AF themes.
Open chat
Hello
How can you help we?