Sahitya Jibana

Portal on odia literature

କଥାବାର୍ତ୍ତା – ସୁକାନ୍ତ ଖଣ୍ଡା

1 min read

-ମାଆ-
ମାଆଙ୍କର ସହ ପ୍ରତିଦିନ ବାବୁ
ସପ୍ରେମରେ କହୁଥିବ
ଯାହାଙ୍କ ହୃଦୟ ସଦା କଳକଳ
ଯିଏ ଆଶିର୍ବାଦ ଦେବ।
-ବାପା-
ସମ୍ମାନର ସହ କଥା ହେଉଥିଲେ
ଅଚିରେ ମିଳିବ ସବୁ
ବ୍ଯଥା କଥା ଯଦି କହିବୁରେ ବାବୁ
ଅଭିଶାପ ପାଇଯିବୁ।
-ପତ୍ନୀ-
ପତ୍ନୀଙ୍କର ସହ ସତ୍ଯତା ରଖିକି
ପୂର୍ଣ୍ଣପ୍ରାଣ ଥୋଇଥିବୁ
ତେବେ ସାଂସାରିକ ଜୀବନ ବାବୁରେ
ସୁଖରେ କାଳ କାଟିବୁ।
-ଭାଇ-
ସହୃଦୟ ସହ ମିଳାମିଶା କରି
କଥାକୁ ସଞ୍ଜତ ରଖି
କଥା କହୁଥିଲେ ପ୍ରିୟ ସାଥି ପରି
ଚଳିଯିବୁ ହୋଇ ସୁଖୀ।
-ଭଉଣୀ-
ସେନେହ ଶରଧା ହୃଦୟରେ ଥୋଇ
କହୁଥିବୁ ଭଉଣୀକୁ
ବନ୍ଧୁର ବନ୍ଧଟା ଦୃଢ଼ ହୋଇଯିବ
ଏହା ହିଁ ଶିକ୍ଷା ସଭିଙ୍କୁ।
-ସହକର୍ମୀ-
ସହକର୍ମୀ ପାଇଁ ଶିଷ୍ଟତାର କଥା
ମଧୁର ବଚନ ସହ
କୋଳେଇ ବସିଲେ ସ୍ଥାୟୀ ହୋଇଯିବ
ବନ୍ଧୁତାରେ ଏହା ମୋହ।
-ବ୍ଯବସାୟୀ-
ସୁନିଶ୍ଚିନ୍ତ ସହ କଥା ହୋଇକରି
ଦିଆନିଆ ଭାବ ଥୋଇ
ବିକାକିଣା କଲେ ଉଭୟଙ୍କ ଲାଭ
ନିକିତି ସଦୃଶ ହୋଇ।
-ଗ୍ରାହକ-
ସାଧୁତାରେ ହେବ କଥାବାର୍ତ୍ତା ବାବୁ
ଭାବିକରି ଭଗବାନ
ତେବେ ସିନା ଲାଭ ହାତରେ ଧରିବୁ
ଜୀବନ ହୋଇବ ଧନ୍ଯ।
-ରାଜନୀତିଜ୍ଞ-
ସତର୍କ ରହିକି କଥା କହୁଥିବୁ
ବାଡ଼ରେ ବି ଅଛି କାନ
ନ ହେଲେ ବାବୁରେ ଖାଲରେ ପଡି଼ବୁ
ପଦାରେ ଇଜ୍ଜତ ପ୍ରାଣ।
-ସମ୍ପର୍କୀୟ-
ଅତି ଆଗ୍ରହରେ ସମ୍ପର୍କୀୟ ସହ
ହେଉଥିବୁ କଥାବାର୍ତ୍ତା
ଶୁଭ ଲାଭ ହେବ ଜୀବନର ଶୈଳୀ
ନ ଥିବ ଦିନେରେ ଚିନ୍ତା।
-ଛୋଟପିଲା-
ଉତ୍ସାହ ଜୁଟାଇ କଥାମାନ କହି
ହୃଦୟରେ ଦେବୁ ପ୍ରାଣ
ଛୋଟପିଲା ଯେଣୁ ବଢି଼ବେ ଆଗକୁ
କରିଯିବେ ନିତି କର୍ମ।
-ଭଗବାନ-
ଭଗବାନ ସହ କଥା ହେଉଥିବୁ ନୀରବ ଧ୍ଯାନରେ ବସି
ସକଳ ଦୁଃଖକୁ ମୋଚନ କରିବେ
ତେବେ ହୋଇପାର ସୁଖୀ

ସୁକାନ୍ତ ଖଣ୍ଡା
ଶିକ୍ଷଷକ, ଟାଙ୍ଗରତଳି, ମଣତା ଘଟଗାଁ, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?