ଯାତନା – ନୃସିଂହ ରାଉତ
1 min read
ଯେବେକେବେ,
ମୂହୁର୍ତ୍ତକୁ ମାଗିଛି ମଦିରା
ଧରାଇ ଦେଇଛି ଯନ୍ତ୍ରଣାରେ
ଛଟପଟ ହେଉଥିବା ସୋପ୍ନ
ଆଶାର ଅବ୍ୟକ୍ତ ଭାଷା ଅସଜଡା
ପରି ଗୁଡେଇ ହୋଇଛି
ମନ ମିଜାଜ୍ ରେ ମାଙ୍କଡ଼ସାର
ଛାତିରେ ଉଠିଛି ସ୍ପନ୍ଦନ,,,,,।।
ସମୟର ଅଙ୍କକଷି
ଆଗେଇ ଯାଇଛି ଅନେକ
ଆତ୍ମୀୟତା କେବେହେଲେ
ଆପଣାର କରିନି ବୁଝିବାକୁ
ମୋ କଥା ବେଳ ଅବେଳରେ,,,,,।।
ଫେରିବା ବାଟରେ ପାହାଡକୁ
ପଚାରିଛି ପ୍ରଶ୍ନ ଯେତେସବୁ
ଆସ୍ଫାଳନ କ’ଣପାଇଁ ଅନ୍ୟ ମନସ୍କରେ ,
ବସନ୍ତର ବରାଦରେ ବଳିଆର ହେଇନି
ଆବେଗର ଆତ୍ମଚିନ୍ତନ କି ତୁମର ଆଙ୍ଗନ,,,,।।
ପାଛୋଟି ନେଇ କରିନି ପ୍ରତିଜ୍ଞା,
ଆଙ୍କି ନାହିଁ ପ୍ରୀତିର ଚୁମ୍ବନ
କଥାଦେଇ ଭୁଲିବାରେ
ଦେଖେ ଆଜି ଜହ୍ନରାତି
କେତେଯେ ଦହନ,,,,,।।
ନୃସିଂହ ରାଉତ(ପୱନ)
ରାଜକନିକା,କେନ୍ଦ୍ରାପଡା
ମୋ-7682969700