Sahitya Jibana

Portal on odia literature

ମୋବାଇଲ କଲୁ ପାଗଳ – ଯୁଧିଷ୍ଠିର ମାଝି

1 min read

ହେ ମୋବାଇଲ ! କଲୁ ପାଗଳ
ସକାଳଠୁ ସଞ୍ଜ ସଞ୍ଜଠୁ ସକାଳ
ତତେ ଦେଖିବାକୁ ଲୋଡା ଆହୁରି ବେଳ

ଘରେ ରହିଛୁ ହୋଇ ବେକାରୀ
1.50 ଜିବି ଡାଟା ସାରି ସାରି
କହୁଛୁ ସରକାର ଚାକିରୀ ଦେଲାନି
ବସିଛୁ ବିଏ କପ୍ଲିଟ କରି

ଯେତେ ସମୟ ବସିଛୁ
ମୋବାଇଲ ଧରି ହାତରେ
ସେତେ ସମୟ ଯଦି କିଛି କରନ୍ତି
ବେକାରୀ ରହନ୍ତି ନି ଜଗତରେ

ଏ ମୋବାଇଲ ଆଣିଦିଏ
କେତେ କେତେ ସୁଯୋଗ
ୟ୍ୟୁଟୁବର, ବ୍ଲଗର ହୋଇ
ଲୋକେ ବଦଳାଇ ଦିଅନ୍ତି ଭାଗ୍ୟ

ଆଜିକାଲି ତ ମୋବାଇଲ
ସମସ୍ତଙ୍କ ହାତରେ
ପାଖେ ଥାଇ କହେ କିଏ
ଅଛି ଦୂରରେ
ଦୂରେ ଥାଇ କହେ କିଏ
ଅଛି ପାଖରେ

ମୋବାଇଲେ ଅଛି
ଫୁଲ୍ ଇଣ୍ଟରଟେଣ୍ଟମେଣ୍ଟ
ଜଣେ ଜଣକ ପାଇଁ
ହୁଅନ୍ତି ଏକ୍ସସାଇଟମେଣ୍ଟ

ଇଣ୍ଟରନେଟ୍ ରେ ସୋଫିଙ୍ଗ୍ କରି
ଫାଇଦା ଉଠାନ୍ତି କେତେ
ଫେସନ୍ ଲାଗି
ହାଲୋ ହାଏ କହନ୍ତି କେତେ

ମୋବାଇଲ ବିନା
ଜୀବନଟା ଲାଗେ ଟହଲ ବିକଲ
ହେ ମୋବାଇଲ ! କଲୁ ପାଗଳ

ଯୁଧିଷ୍ଠିର ମାଝି
ଡାଳଗୁମା, ଶଗଡା
ଭବାନୀପାଟଣା, କଳାହାଣ୍ଡି

ଇମେଲ
judhisthirmajhi7249@gmail.com
ହ୍ବାଟସପ୍ wa.link/dsugsx

Copyright © Sahitya Jibana | Newsphere by AF themes.
Open chat
Hello
How can you help we?