ଗାନ୍ଧୀ ହେ ! ତୁମେ ଫେରି ଆସ – ଯୁଧିଷ୍ଠିର ମାଝି
1 min read
ଗାନ୍ଧୀ ହେ ! ତୁମେ ଫେରି ଆସ
ତୁମେ ଫେରି ଆସ
ଫେରି ଆସ ଫେରି ଆସ ଗାନ୍ଧୀ ହେ
ତୁମେ ଫେରି ଆସ
ଭାରତ ମାଆର ଓଠରେ
ଭରି ଦିଅ ଚିର ହସ
ଆଜିବି ମନେ ପଡୁଛି
ତୁମ ସୁଯଶ ମହିମା
ସାରା ଜଗତ ଜାଣିଛି
ତୁମେ ଥିଲ ହେ ମହାତ୍ମା
ଜାତିର ଜନକ ଭାବେ
ପୂତ ଭାରତ ମାଟିରେ
ପୂଜା ପାଉଛି ତୁମ ପ୍ରତିମା
ହେ ମହାତ୍ମା… ହେ ମହାତ୍ମା…
ଅନ୍ୟାୟ ବିରୁଦ୍ଧେ ଛିଡା ହେବାର
ଏ ଦେଶ ମଙ୍ଗଳେ ପ୍ରାଣ ଦେବାର
ଦେଖାଅ ଦେଖାଅ ଆଉ ଥରେ
ଅହିଂସାର ପଥ…
ଗାନ୍ଧୀ ହେ !
ତୁମେ ଫେରି ଆସ
ଆସ ଫେରି ତୁମେ
ଫେରି ଆସ ଫେରି ଆସ ଗାନ୍ଧୀ ହେ !
ତୁମେ ଫେରି ଆସ…
ତୁମ ଡାକରାରେ ପୁଣି ଥରେ
ସବେ ହେବେ ଏକଜୁଟ
ଭିନ୍ନ ରୂପରେ ହେଉ ବା
ଭିନ୍ନ ବେଶରେ ହେଉ
ଗଙ୍ଗା ଯମୁନା ବହୁଥିବା
ଏ ପବିତ୍ର ଭୂଇଁରେ
ପୁଣି ଥରେ
ତମ ପାଦ ସ୍ପର୍ଶ ହେଉ
ତମ ଗାଥା କହି କହି
ଉଡିବ ତ୍ରିରଙ୍ଗା ନେତ ।
ଯୁଧିଷ୍ଠିର ମାଝି
ଡାଳଗୁମା,ଶଗଡା
ଭବାନୀପାଟଣା, କଳାହାଣ୍ଡି
judhisthirmajhi7249@gmail.com
Whatsapp – wa.link/dsugsx