Sahitya Jibana

Portal on odia literature

ବାପୁଜୀ ଆଉ ଫେରିବେନି – ସୁକାନ୍ତ ଖଣ୍ଡା

1 min read

ଚିଠିଟେ ଆସିଛି ସ୍ବର୍ଗରୁ
ଆଉ ଫେରିବେନି ବାପୁଜୀ
ଫେରିବେ କାହିଁକି?
ଏଠି ତ ପାଦେପାଦେ
ଦିକୁଙ୍କ ରାଜତ୍ବ
କଳମୂଖରିତ ହିଂସା ଓ ଅସୂୟା।
ଚିଠିଟା ଆସିବାରେ ଡେରି ହୋଇଗଲା
ସେ ଡାକବାଲା ଜାଣିଜାଣି
ଏମିତି ହିଁ କଲା
ପଚାରିବାରୁ କହିଲା ଫୋନ କଲ ନାହିଁ
ତଟକା ଉତ୍ତର ପାଇଥାନ୍ତ?
ବାପୁଜୀ ରାଗିଛନ୍ତି ଆଉ
ପଠେଇଛନ୍ତି ଏ ଚିଠିଟି
ଜୀବନର ଶୈଳୀ ବଦଳେଇବାକୁ
ହେଲେ କେହି ବି ଶୁଣୁଛ ନା ବୁଝୁଛ?
ତେଣୁ ତାଙ୍କୁ ଆବାହନ ବୃଥା।
ଏଠି ନିଶ୍ବାସ ଓ ପ୍ରଶ୍ବାସରେ ଦିକୁ
ପାଣି, ପବନ ଓ ଆଲୋକ ଖାଇବାକୁ
ଜନ୍ମ ଜୟନ୍ତୀ ଫସର ଫାଟିବାକୁ
ପୂରା ଇଛା ତାଙ୍କର
ସେ ଚିଠି ଲେଖିଛନ୍ତି
ଆଉ ଆସିବେନି ଓହ୍ଲାଇ
ଏ ଦିକୁଙ୍କର
ରଙ୍ଗ ଆଉ ଢଙ୍ଗ ଦେଖିବାକୁ।

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ,ମଣତା ଘଟଗାଁ, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?