ଗାନ୍ଧୀ ତୁମେ ଫେରି ଆସ – ଶ୍ରୀ ସୁଦାମ ଦଳବରା
1 min read
ଦେଶର ସ୍ୱାଧୀନ ଆଣିବା ପାଇଁ କି
କରିଥିଲ କେତେ ସଂଘର୍ଷ
ପରାଧୀନ ଦେଶର ମୁକ୍ତି ପାଇଁ ତୁମେ
କେତେ ଯାଇଥିଲ କାରାବାସ ।।
ସ୍ବପ୍ନକୁ ତୁମର ସାକାର କରିଲ
ଇଂରେଜ ଶାସନରୁ ହେଲା ମୁକ୍ତ
ଚାରିଆଡେ ଶୁଭେ ତୁମ ଜୟଗାନ
ସ୍ୱାଧୀନ ହୋଇଛି ଏ ଭାରତ।।
ସ୍ଵାଧୀନତାର ସ୍ୱାଦକୁ ଚାଖିବା
ରହିଗଲା ତୁମ ଅବଶୋଷ
ସ୍ଵପ୍ନ ତୁମର ଅଧାରେ ରହିଛି
ଗାନ୍ଧୀ ତୁମେ ଫେରି ଆସ ।।
ସୁନାର ଭାରତ ଚୂନା ହୋଇଲାଣି
ସ୍ୱପ୍ନ ସବୁ ତୁମ ଧୂଳିସାତ୍
ପୁଣିଥରେ ନୂଆଁ ଗଢି ତୋଲିବାକୁ ଏ ଦେଶ
ଗାନ୍ଧୀ ତୁମେ ଫେରି ଆସ ।।
ରାମରାଜ୍ୟ ସ୍ୱପ୍ନ ତୁମେ ଦେଖିଥିଲ
କେତେ କୂଳସିତ ଆଜି ଏ ଭାରତ
ଅହିଂସାର ନୀତି କେଉଁଆଡ଼େ ଗଲା
ଆଜି ହେଉଛି ନିତି ରକ୍ତପାତ ।।
ଧର୍ଷଣ ଲୁଣ୍ଠନ ଚାଲେ ସବୁ ଦିନ
ପୁଣି ପରାଧୀନ ଏ ଦେଶ
ତୁମ ସୁନାର ଭାରତ ସୁରକ୍ଷା ପାଇଁ
ଗାନ୍ଧୀ ତୁମେ ଫେରି ଆସ ।।
ତୁମ ସ୍ୱପ୍ନର ଭାରତ ମହାବିପତ୍ତିରେ
ଜନ୍ମ ନିଅ ତୁମେ ଏହି ଭାରତ ବର୍ଷରେ
ଦେଶର ସୁରକ୍ଷା ତୁମର ଦାୟିତ୍ୱ
ହେ ଗାନ୍ଧୀ ତୁମେ ଫେରି ଆସ ।।
ହେ ଜାତୀୟ ପିତା ଦେଖିଯାଅ ଥରେ
କେତେଯେ ଚିତ୍କାର ଶୁଭୁଛି ଦେଶରେ
ଭାଇଚାରା ଭାବ କେଉଁଆଡ଼େ ଗଲା
ନିଜ ସ୍ୱାର୍ଥ ପାଇଁ ମୁହେଁ ପଡ଼ିଅଛି ତାଲା ।।
ଚିର ନମଃସ୍ୟ ହେ ଗାନ୍ଧୀ ତୁମେ
ତୁମ ନୀତି ଆଦର୍ଶକୁ ମନେ ପକାଉଛୁ ଆମେ
ଅଧାରେ ରହିଲା ତୁମ ସ୍ୱପ୍ନର ଭାରତ
ପୁରା ଗଢି ତୋଳିବାକୁ ତୁମେ ଫେରିଆସ ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ